ଜଜ୍ଙ୍କ ଚାମ୍ବର ଭଙ୍ଗାରୁଜା ଘଟଣାରେ ଏଯାବତ୍ ୧୨ ଓକିଲ ଗିରଫ; ୧୪୪ ଧାରା ବଳବତ୍ତର
ସିସିଟିଭି ଓ ଭିଡିଓ ଯାଞ୍ଚ ପରେ ଗିରଫଦାରୀ ବଢିବ: ଏସପି
ସମ୍ୱଲପୁର : ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଇନଜୀବୀଙ୍କ ଆନ୍ଦୋଳନ ତୀବ୍ର ରୂପ ନେବାରେ ଲାଗିଛି । ସମ୍ୱଲପୁରରେ ଆନ୍ଦୋଳନ ଉଗ୍ରରୂପ ନେଇଛି । ଘଟଣାସ୍ଥଳରେ ୧୪୪ ଧାରା ବଳବତ୍ତର ରହିଛି । ଗତକାଲି ଜିଲ୍ଲା ଜଜ୍ଙ୍କ ଚାମ୍ବରରେ ଭଙ୍ଗାରୁଜା ଘଟଣାରେ ୧୨ ଓକିଲ ଗିରଫ ହୋଇଛନ୍ତି । ୯ ଆଇନଜୀବୀଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ୍ ପଠାଯାଇଛି ।
୨୯ ଜଣଙ୍କ ଲାଇସେନ୍ସ ରଦ୍ଦ, ୧୮ମାସ ପର୍ଯ୍ୟନ୍ତ ଲାଇସେନ୍ସ ରଦ୍ଦ ରହିବ । ବାର କାଉନସିଲ ଏହି ପଦକ୍ଷେପ ନେଇଛି । ସମ୍ୱଲପୁର ବାରର ସମସ୍ତ ଓକିଲଙ୍କ ଲାଇସେନ୍ସକୁ ସାମୟିକ ଭାବେ ରଦ୍ଦ କରାଯାଇଛି । ଜଜ୍ ଙ୍କ ଚାମ୍ୱର ଭଙ୍ଗାରୁଜା, କୁଶ ପୁତ୍ତଳିକା ଦାହ ଆଦି ଘଟଣାରେ ପଦକ୍ଷେପ ନେଇଛି ବାର କାଉନସିଲ । ଘଟଣା ସମ୍ପର୍କରେ ବାର କାଉନସିଲ ଅଫ୍ ଇଣ୍ଡିଆକୁ ସୂଚିତ କରାଯିବ । ବିଶୃଙ୍ଖଳିତ ଓକିଲଙ୍କୁ ସିସିଟିଭି ଓ ଭିଡିଓରୁ ଠାବ କରି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
କଚେରୀ ଛକରେ ୨୧ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଆହୁରି ଫୋର୍ସ ମଗାଯିବ ବୋଲି ଓ ଗିରଫଦାରୀ ନିଶ୍ଚିତ ବୋଲି ସମ୍ୱଲପୁର ଏସପି ବି. ଗଙ୍ଗାଧରଙ୍କ ସୂଚନା ଦେଇଛନ୍ତି । ଆଇନଶୃଙ୍ଖଳା ଉପରେ ଦୃଷ୍ଟି ରଖାଯାଇଛି ବୋଲି ସେ କହିଛନ୍ତି ।
Comments are closed.