Latest Odisha News

BREAKING NEWS

ଘନ କୁହୁଡି ବଳୟରେ ଓଡିଶାର ଅଧିକାଂଶ ସ୍ଥାନ

ଭୁବନେଶ୍ୱର: ଓଡିଶାର ଅଧିକାଂଶ ସ୍ଥାନରେ ଶୁକ୍ରବାର ଦିନ ଘନ କୁହୁଡି ବଳୟ ଛାଇ ରହିଛି । ଏହାକୁ ନଜରରେ ରଖି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ୮ ଜିଲ୍ଲାକୁ ହଳଦିଆ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆଇଏମଡିର ସକାଳ ବୁଲେଟିନ୍ ଅନୁଯାୟୀ ସୁନ୍ଦରଗଡ, କେନ୍ଦୁଝର, ମାଲକାନଗିରି, ଢେଙ୍କାନାଳ, ମୟୂରଭଞ୍ଜ, ଅନୁଗୁଳ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡି ନେଇ ସତର୍କ ସୂଚନା ଦିଆଯାଇଥିଲା ।

ଏହାବ୍ୟତିତ ଆଗାମୀ ଦୁଇ ଦିନ ଯାଏଁ ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର କିଛି ସ୍ଥାନରେ ଘନ କୁହୁଡି ଜାରି ରହିବ ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ମଦନ ମୋହନ ଦାସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ନିକଟ ଅତୀତରେ ରାଜ୍ୟରେ ହୋଇଥିବା ବର୍ଷା ଯୋଗୁଁ ଏଭଳି ଘନ କୁହୁଡି ପରିସ୍ଥିତି ଉପୁଜିଛି । ଆଗାମୀ ସପ୍ତାହ ଯାଏଁ ଓଡିଶାରେ ଏଭଳି ଘନ କୁହୁଡି ଜାରି ରହିବ ।

ଆହୁରି ମଧ୍ୟ ଘନ କୁହୁଡି ଯୋଗୁଁ ଆଗାମୀ ଦିନରେ ରାଜ୍ୟରେ ରାତିର ତାପମାତ୍ରା ପ୍ରାୟ ୧ରୁ ୨ ଡିଗ୍ରୀ ଯାଏଁ ହ୍ରାସ ପାଇବ ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.