Latest Odisha News

ଫାଶୀରେ ବିଳମ୍ବ ହେଲେ ଦିଲ୍ଲୀ ସରକାର ଦାୟୀ: ନିର୍ଭୟାଙ୍କ ବାପା-ମା’

ନୂଆଦିଲ୍ଲୀ: ଫାଶୀରେ ବିଳମ୍ବ ହେଲେ ଦାୟୀ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । “ମୋ ଝିଅକୁ ଦିଲ୍ଲୀ ସରକାର ଫେରାଇ ଆଣିପାରିବେ ନାହିଁ । ଦୀର୍ଘ ୭ ବର୍ଷ ହେଲା ଆମେ ନ୍ୟାୟକୁ ଅପେକ୍ଷା କରି ରହୁଛି । କିନ୍ତୁ ଏଯାଏଁ ନ୍ୟାୟ ମଳିନାହିଁ” । କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି ନିର୍ଭୟାଙ୍କ ବାପା ମା । ଆଇନର ବିଳମ୍ବିତ ନାୟିକ ପ୍ରିକ୍ରିୟା ଯୋଗୁଁ ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଛନ୍ତି ନିର୍ଭୟାଙ୍କ ବାପା ମା’ । ଏପରିକି ଖୁବ୍‌ଶୀଘ୍ର ଦୋଷୀଙ୍କୁ ଫାଶୀ ଦେବା ପାଇଁ ନିର୍ଭୟାଙ୍କ ବାପା-ମା’ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ବିଳମ୍ବିତ ନ୍ୟାୟିକ ପ୍ରିକ୍ରିୟା ଯୋଗୁଁ ଅଭିଯୁକ୍ତଙ୍କୁ ଖସି ଯିବାକୁ ବିଭିନ୍ନ ବାଟ ମିଳିଛୁ ବୋଲି ସେ କହିଛନ୍ତି ।


ନିର୍ଭୟାଙ୍କ ମା’ ଆଶା ଦେବୀ କହିଛନ୍ତି, “୨୦୧୨ରେ ଯେଉଁମାନେ ମୋ ଝିଅ ପାଇଁ ରାସ୍ତାକୁ ଓହ୍ଲାଇ ନ୍ୟାୟ ପାଇଁ ଦାବି କରୁଥିଲେ, ଆଜି ସେମାନେ ରାଜନୀତିର ଫାଇଦା ଉଠାଉଛନ୍ତି । ସରକାର ଚୁପ୍‌, କୋର୍ଟ ମଧ୍ୟ ଚୁପ୍ । ଆଇନରେ ଢ଼ିଲା ବ୍ୟବସ୍ଥା ରହିଛି । ୨୦୧୭ରେ ସୁପ୍ରିମକୋର୍ଟ ଶୁଣାଣି କରି ଦଣ୍ଡାଦେଶ ଦେଇସାରିଥିଲେ” । ଏହା ପରେ ମଧ୍ୟ କାହିଁକି ବିଳମ୍ବ ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେପଟେ ନର୍ଭୟାଙ୍କ ବାପା କହିଛନ୍ତି, “ଦୋଷୀମାନେ ଆବେଦନ କରିବା ପୂର୍ବରୁ ଦିଲ୍ଲୀ ସରକାର କାହିଁକି ଜେଲ୍ ପ୍ରଶାସନକୁ ଫାଶୀ ବାବଦରେ ନୋଟିସ କରିନଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଯଦି ନିର୍ବାଚନ ପୂର୍ବରୁ କୌଣସି ନିଷ୍ପତି ନଆସେ ତେବେ ଏଥିପାଇଁ କେଜ୍ରିୱାଲ ସରକାର ଦାୟୀ ରହିବେ” ବୋଲି ସେ କହିଛନ୍ତି ।

Leave A Reply

Your email address will not be published.