Latest Odisha News

BREAKING NEWS

ରାଜକୋଟରେ କିପରି ରହିଛି ଭାରତୀୟ ଦଳର ରେକର୍ଡ, ଜାଣନ୍ତୁ

ରାଜକୋଟ: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳାଯିବ । ଗୁଜୁରାଟର ରାଜକୋଟ ସ୍ଥିତ ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଦ୍ୱିପ୍ରହର ୧ଟା ୩୦ମି.ରେ ଏହି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି ।

୩ ଶୃଙ୍ଖଳା ବିଶିଷ୍ଟ ଏହି ସିରିଜର ପ୍ରଥମ ଦିନିକିଆ ମ୍ୟାଚରେ ଭାରତୀୟ ଦଳ କଙ୍ଗାରୁ ଟିମ୍ ଠାରୁ ହାରିବା ପରେ ଆଜି ମ୍ୟାଚ୍ ବିରାଟ ବାହିନୀ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି ।

ଜାଣନ୍ତୁ, ରାଜକୋଟର ଏହି ଷ୍ଟାଡିୟମରେ ଭାରତୀୟ ଦଳର କିଭଳି ରେକର୍ଡ ରହିଛି…

ଏଠାରେ ଖେଳାଯାଇଥିବା ମ୍ୟାଚ୍ ଗୁଡିକୁ ଦେଖିଲେ ଭାରତୀୟ ଦଳ ପାଇଁ ଏହି ଷ୍ଟାଡିୟମ୍ ସେତେଟା ଭଲ ସାବ୍ୟସ୍ତ ହୋଇନାହିଁ । କାହିଁକି ନା ଏହି ମଇଦାନରେ ଟିମ୍ ଇଣ୍ଡିଆ ଖେଳିଥିବା ୨ ଯାକ ମ୍ୟାଚରେ ପରାଜୟ ବରଣ କରିଛି ।

ସୂଚନାନୁଯାୟୀ ୨୦୧୩ ମସିହା ଜାନୁଆରୀ ୧୧ ତାରିଖରେ ଏହି ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ଦଳ ପରାଜିତ ହୋଇଥିଲା । ପରବର୍ତ୍ତୀ ମସୟରେ ୨୦୧୫ ମସିହା ଅକ୍ଟୋବର ୧୮ ତାରିଖରେ  ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହୋଇଥିବା ମ୍ୟାଚରେ ମଧ୍ୟ ଟିମ୍ ଇଣ୍ଡିଆ ପରାସ୍ତ ହୋଇଥିଲା ।
ତେ

ଆଜିର ମ୍ୟାଚ୍ ଜିତି ବିରାଟ ବାହିନୀ ପୂର୍ବରୁ ରହିଥିବା ଉକ୍ତ ରେକର୍ଡ ଭାଙ୍ଗିବାକୁ ଚେଷ୍ଟା କରିବ । ସେହିପରି ଅଷ୍ଟ୍ରେଲିଆ ଦଳ ମଧ୍ୟ ସିରିଜ ହାତେଇବା ଲାଗି ଟିମ୍ ଇଣ୍ଡିଆ ଉପରେ ଚାପ ପ୍ରୟୋଗ ଲାଗି ଏକପ୍ରକାର ଚେଷ୍ଟା କରିବ ।

Leave A Reply

Your email address will not be published.