Latest Odisha News

BREAKING NEWS

ଘନ କୁହୁଡି ତଳେ ଓଡିଶାର ୧୧ଟି ଜିଲ୍ଲା

ଭୁବନେଶ୍ୱର: ଓଡିଶାର ଅଧିକାଂଶ ସ୍ଥାନରେ ଗତ ୨୪ ଘଣ୍ଟା ମଧ୍ୟରେ ରାତ୍ରୀର ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ବୁଧବାର ଦିନ ପ୍ରାୟ ୧୧ଟି ଜିଲ୍ଲାରେ ଘନ କୁହୁଡି ସୃଷ୍ଟି ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆକଳନ କରାଯାଇଛି ।

ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ସୁଧାକର ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ଆଗାମୀ ୨୪ ଘଣ୍ଟାରେ ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ, ପୁରୀ, କଟକ ଓ ଭଦ୍ରକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡି ଲାଗି ହଳଦିଆ ୱାର୍ଣ୍ଣିଂ ଜାରି କରିଛନ୍ତି । ସେହିପରି ଶୁକ୍ରବାର ଦିନ ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, ପୁରୀ, କୋରାପୁଟ ଓ ବଲାଙ୍ଗିରରେ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି ।

ଆହୁରି ମଧ୍ୟ ଆସନ୍ତା ଜାନୁଆରୀ ୧୮ ଓ ୧୯ ତାରିଖ ବେଳକୁ ରାଜ୍ୟରେ ମଧ୍ୟମ ଧରଣର କୁହୁଡି ସୃଷ୍ଟି ହେବା ନେଇ ପୂର୍ବାନୁମାନ କରାଯାଇଛି ।

Comments are closed.