Latest Odisha News

BREAKING NEWS

କମାଲ୍ କଲେ ସ୍ୱପ୍ନା; ହଜାରେ ଦିନରେ ହଜାରେ ଗୀତ ଗାଇ କଲେ ବିଶ୍ୱ ରେକର୍ଡ଼ !

ଦୁବାଇ: ହଜାରେ ଦିନରେ ହଜାରେ ଗୀତ ଗାଇ ନୂଆ କୀର୍ତ୍ତିମାନ କରିଛନ୍ତି ଭାରତୀୟ ମହିଳା ସ୍ୱପ୍ନା ଆବ୍ରାହାମ୍ । ସ୍ୱପ୍ନାଙ୍କ ଏହି ସଫଳତା ଲାଗି ତାଙ୍କୁ ‘ଗୋଲ୍ଡେନ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡସ’ ଚ୍ୟାରିଟୀ ସମ୍ମାନ ଲାଗି ମନୋନୀତ କରାଯାଇଛି ।

ଏହି ୪୮ ବର୍ଷୀୟା ଭାରତୀୟ ମହିଳା ଜଣକ ଗାଇଥିବା ସମସ୍ତ ହଜାରେ ଗୀତ ନିଜେ ଲେଖିଛନ୍ତି, କମ୍ପୋଜ୍ କରିଛନ୍ତି ତଥା ନିଜେ ହିଁ ରେକର୍ଡିଂସ କରିଛନ୍ତି ।

ଦୁବାଇର ଏକ ମ୍ୟାନେଜମେଣ୍ଟ୍ ଫାର୍ମରେ କାର୍ଯ୍ୟ କରୁଥିବା ସ୍ୱପ୍ନା ୨୦୧୮ ଏପ୍ରିଲ୍ ୭ ତାରିଖରୁ ୨ ଜାନୁଆରୀ ୨୦୨୦ ପର୍ଯ୍ୟନ୍ତ ସେ ୧,୦୦୦ଟି ଗୀତ ଗାଇଛନ୍ତି । ସମସ୍ତ ଗୀତ ଗୁଡ଼ିକୁ ସେ ରେକର୍ଡ଼ିଂ ମଧ୍ୟ କରିଛନ୍ତି ।

ପିଲାଟି ବେଳୁ ସ୍ୱପ୍ନା ଖୁବ୍ ସଙ୍ଗୀତପ୍ରିୟ ଥିଲେ । ସେ ଜଣେ ଭଲ ସଙ୍ଗୀତଶିଳ୍ପୀ ଭାବେ ଅନେକ ଆଲବମରେ ସ୍ଥାନ ପାଇଛନ୍ତି । ମାତ୍ର ହଜାରେ ଦିନରେ ହଜାରେ ଗୀତ ଗାଇ ତାଙ୍କର ବହୁଦିନର ସ୍ୱପ୍ନକୁ ସାକାର କରିଛନ୍ତି ସ୍ୱପ୍ନା ।

Leave A Reply

Your email address will not be published.