ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ହେଲେ ପୂର୍ବାପେକ୍ଷା ବଢିଛି ରାତିର ତାପମାତ୍ରା । କିନ୍ତୁ ବୃଦ୍ଧି ପାଉଛି ଘନ କୁହୁଡି । ଯାହା ଫଳରେ ଅଧିକାଂଶ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ । ତେବେ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ମଧ୍ୟମରୁ ଅଧିକ ଘନ କୁହୁଡି ହେବାକୁ ଥିବାନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
୯ ତାରିଖରେ ଉପକୂଳ ଓଡିଶା ସମେତ, କଳାହାଣ୍ଡି, ଢେଙ୍କାନାଳ, କନ୍ଧମାଳ, ଝାରସୁଗୁଡା, ସୁନ୍ଦରଗଡ, କୋରାପୁଟ, ରାୟଗଡା, ଅନୁଗୁଳ, ନବରଙ୍ଗପୁର ଜିଲ୍ଲାର ଅଧିକାଂଶ ସ୍ଥାନରେ ଘନ କୁହୁଡି ଏବଂ ୧୦ ତାରିଖରେ ଉପକୂଳ ଓ ଦକ୍ଷିଣ ଓଡିଶାର ସମେତ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ଅଧିକାଂଶ ସ୍ଥାନରେ କୁହୁଡି ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।
ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିଥିଲା । କେତେକ ସ୍ଥାନରେ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ଦୁଇ ଡିଗ୍ରୀ ଅଧିକ ରେକର୍ଡ କରାଯାଇଛି । ତେବେ ଜି.ଉଦୟଗିରିରେ ରାଜ୍ୟର ତାପମାତ୍ରା ୭.୫ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ, କୋରାପୁଟରେ 8.3 ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଦାରିଙ୍ଗବାଡିରେ, ୯.୫, ପୁଲବାଣୀରେ ୧୦, କିରେଇରେ ୧୧.୪, ସେମିଳିଗୁଡାରେ ୧୧.୫ ରେକର୍ଡ କରାଯାଇଥିଲା ।
ପାଣିପାଗ କେନ୍ଦ୍ର ର ସୂଚନା ଅନୂଯାୟୀ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ହେବନି । ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ଅଧିକ ରହିବ ।
Comments are closed.