ଭୁବନେଶ୍ବର: ଆଜିଠାରୁ ୫ ଦିନ ଯାଏଁ ରାତିର ତାପମାତ୍ରା ଉପରମୁହାଁ ହେବ ।ଏହି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପାଣିପାଗ ବିଭାଗ କହିଛି ଯେ ବଙ୍ଗୋପସାଗର ଉପରେ ଦୁଇଟି ସକ୍ରିୟ ପ୍ରଣାଳୀରୁ ଆର୍ଦ୍ରତା ପ୍ରବେଶ ଯୋଗୁଁ ଅନେକ ଜିଲ୍ଲାରେ ପ୍ରାୟ ଦୁଇରୁ ତିନି ଡିଗ୍ରି ବୃଦ୍ଧି ଘଟିଛି ଏବଂ ଡିସେମ୍ବର ପ୍ରଥମ ସପ୍ତାହରେ ଶୀତ ପୁଣି ଥରେ ଫେରିବ ।
ତେବେ କିଛି ସ୍ଥାନରେ ଘନ କୁହୁଡ଼ି ହେବ । ସେଥିପାଇଁ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତାକାଲି ସକାଳେ ଯାଏଁ ସୁନ୍ଦରଗଡ଼,କନ୍ଧମାଳ,କୋରାପୁଟ,ଖୋର୍ଦ୍ଧା,ନୟାଗଡ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି ।
୫ ତାରିଖ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ ।
Comments are closed.