ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ହ୍ରାସ ପାଉଛି ଶୀତ । ରାତି ତାପମାତ୍ରା ବୃଦ୍ଧି ପାଉଥିବାରୁ ଶୀତ ଧିରେ ଧିରେ ଉଭାନ ହେବାରେ ଲାଗିଛି । ହେଲେ ଘନ କୁହୁଡି କିନ୍ତୁ ଅନୁଭୂତ ହେଉଛି । ପଳରେ ଜନଜୀବନ ପ୍ରଭାବିତ ହେଉଛି । ସକାଳ ୧୦ ଯାଏଁ ରାସ୍ତା ଘାଟ ଦେଖାଯିବା କାଠିକର ପାଠ ହେଇଯାଉଛି । ମୁହଁ କୁ ମୁହଁ ମଧ୍ୟ ଦିଶୁନି ।
ରାଜ୍ୟରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଏଭଳି କୁହୁଡି ଦେଖାଦେବ । ସୋମବାର ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଏବଂ ପୁରୀରେ ଘନ କୁହୁଡି ହେବା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ସେହିପରି କଟକ, ନୟାଗଡ଼, ବାଲେଶ୍ୱର ଆଦି ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖାଦେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।
ମଙ୍ଗଳବାର କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ପୁରୀ, ଖୋର୍ଦ୍ଧା ଓ କଟକ, ବୁଧବାର କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ପୁରୀ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ କୁହୁଡି ହେବ ବୋଲି ପୂର୍ବାନୁମାନ କରାଯାଇଛି । ୪ରୁ ୫ ଦିନ ପରେ ପୁଣି ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।