Latest Odisha News

BREAKING NEWS

ନବରଙ୍ଗପୁର ଡିଇଓ ଅଫିସରେ ଲାଞ୍ଚ କାରବାର: ଆକାଉଣ୍ଟାଟ ଗିରଫ

ନବରଙ୍ଗପୁର: ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଆକାଉଟାଣ୍ଟ ତଥା ପ୍ରୋଗ୍ରାମର ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ମଧ୍ୟାହ୍ନ ଭୋଜନ କଞ୍ଚାମାଲ୍ ପରିବହନ ବିଲ୍ କରେଇ ଦେବା ପାଇଁ ଦୁଇ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ ଅଭିଯୁକ୍ତ ବିକାଶ ସାନା । ୧୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ବିଲ୍ କରେଇ ଦେବା ପାଇଁ ବିକାଶ ଦୁଇ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ।

ପରିବହନ କଣ୍ଟ୍ରାକ୍ଟ ନେଇଥିବା ମୋହନ ଚୌରାସିଆଙ୍କ ପ୍ରତିନିଧିକୁ ଟଙ୍କା ମାଗିଥିଲେ ଅଭିଯୁକ୍ତ ବିକାଶ ସାନା । ଦୁଇ ଲକ୍ଷ ମାଗିଥିବା ବେଳେ ସଂଧ୍ୟା ସମୟରେ ପୂର୍ବ ପ୍ରସ୍ତୁତ ଭିଜିଲାନ୍ସ ଟିମ୍ ସାନାଙ୍କୁ କାବୁ କରିଥିଲେ । ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ କେସ ନଂ- ୧୭/୨୦୨୨ରେ ମାମଲା ରୁଜୁ କରାଯାଇଛି । ଏହା ସହ ନବରଙ୍ଗପୁର ସ୍ଥିତ ଭଡ଼ା ଘର ଏବଂ ଉମରକୋଟ ନିଜ ଘରେ ଭିଜିଲାନ୍ସ ତଦନ୍ତ କରୁଛି ।

Leave A Reply

Your email address will not be published.