Latest Odisha News

BREAKING NEWS

ଶାନ୍ତ ହେଉନି ବଟଲରଙ୍କ ବ୍ୟାଟ: ଭାଙ୍ଗିଲେ ୧୭ ବର୍ଷ ତଳର ଧୋନୀଙ୍କ ରେକର୍ଡ

ଲଣ୍ଡନ: ଇଣ୍ଡିଆନ ପ୍ରିମିୟର ଲିଗ ପରଠାରୁ ଇଂଲଣ୍ଡର ୱିକେଟ କିପର ବ୍ୟାଟ୍ସମ୍ୟାନ ଜୋସ ବଟଲରଙ୍କ ବ୍ୟାଟ ଶାନ୍ତ ପଡିବା ନାମ ଧରୁନି । ନିକଟରେ ନେଦରଲାଣ୍ଡ ବିପକ୍ଷ ସିରିଜରେ ସେ ଭାରତର ମହେନ୍ଦ୍ର ସିଂ ଧୋନୀଙ୍କ ୧୭ ବର୍ଷ ତଳର ରେକର୍ଡ ଭାଙ୍ଗି ଦେଇଛନ୍ତି । ୱିକେଟ କିପର ବ୍ୟାଟ୍ସମ୍ୟାନ ଭାବେ ଗୋଟିଏ ଦିନିକିଆ ସିରିଜରେ ସର୍ବାଧିକ ଛକା ମାରିବାରେ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ବେଟଲର ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ମୋଟ ୧୯ ଛକା ମାରି ନୂତନ ରେକର୍ଡ କରିଛନ୍ତି ।

ପୂର୍ବରୁ ୨୦୦୫ରେ ଶ୍ରୀଲଙ୍କା ବିପକ୍ଷରେ ଧୋନୀ ୧୭ ଛକା ମାରି ଦୀର୍ଘଦିନ ଧରି ନିଜ ନାମରେ ଏହି ରେକର୍ଡ ରଖିଥିଲେ । ତାଙ୍କ ପଛକୁ ଏବି ଡିଭିଲର୍ସ ରହିଛନ୍ତି । ସେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୧୬ ଛକା ମାରିଥିଲେ । ବିଶ୍ୱକପ ପୂର୍ବରୁ ବଟଲରଙ୍କ ଫର୍ମ ବିପକ୍ଷ ଟିମଗୁଡିକୁ ଚିନ୍ତାରେ ପକାଇ ଦେଇଛନ୍ତି । ଆଇପିଏଲରେ ବଟଲର ୮୬୩ ରନ କରି ଅରେଂଜ କ୍ୟାପ ହାସଲ କରିଥିଲେ ।

Leave A Reply

Your email address will not be published.