Latest Odisha News

BREAKING NEWS

କେବୁଲ କାର ଦୁର୍ଘଟଣା ଘଟଣା , ଉଦ୍ଧାର କାର୍ଯ୍ୟ ଶେଷ , ବଞ୍ଚିଗଲା ୪୭ ଲୋକଙ୍କ ଜୀବନ

ଦେଓଘର : ଝାଡଖଣ୍ଡ ଦେଓଘର  ତ୍ରିକୁଟ ପାହାଡ ଉପରେ କେବୁଲ କାର ଦୁର୍ଘଟଣା କାଯ୍ୟରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ୪୬ ଘଣ୍ଟା ଅପରେସନ ପରେ ୪୭ ଲୋକଙ୍କୁ ଉଦ୍ଧାର କରାଯାଇଛି ।ଏହି ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଯାଇଛି । ଦୁର୍ଗମ ପାହାଡ ଇଲାକା ଥିବା ହେତୁ ସେନା କର୍ମଚାରୀ ହେଲିକପ୍ଟର ଯୋଗେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ।

ଦୁର୍ଘଟଣା ଘଟିବା ସମୟରେ ଏନଡିଆରଏଫ୍ ,ଆଇଟିବିପି,ଓ ୩ ଟି ହେଲିକପ୍ଟ ଉଦ୍ଧାର କାମରେ ଲାଗି ପଡିଥିଲେ । ଏହି ଉଦ୍ଧାର ସମୟରେ ସେନା କର୍ମଚାରୀଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡିଥିଲା । ଏହି ଉଦ୍ଧାର ସମୟରେ ଜଣେ ମହିଳା ତଳକୁ ଖସି ପଡିବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି ।ଉଦ୍ଧାର ସମୟରେ ସେନା କର୍ମଚାରୀ ନାକେଦମ ହୋଇପଡିଥିଲେ।

ସୂଚନାଅନୁସାରେ ରବିବାର ଦିନ ତ୍ରିକୁଟ ପାହାଡ ଉପରେ ଥିବା କେବୁଲ କାର ଦୁର୍ଘଟଣ ଗ୍ରସ୍ତ ହୋଇଥିଲା । ଏହି ସମୟରେ ଅନେକ ଯାତ୍ରୀ ମାନେ କେବୁଲ କାରରେ ବସି ଯାତ୍ରା କରୁଥିଲେ । ହେଲେ ପ୍ରସର ପଡିବାରୁ ରୋଲର ଭାଙ୍ଗି ପଡିଥିଲା ।ଫଳରେ ତିନୋଟି କେବୁଲ କାର ପରସ୍ପର ସହ ଧକ୍କା ହୋଇଥିଲେ । ଆଉ ଦୁଇଟି ଟ୍ରଲି ତଳକୁ ଖସି ପଡିଥିଲା । ଉଦ୍ଧାର କରିବା ପାଇଁ ଘଟଣା ସ୍ଥଳରେ ଲାଗିପଡିଥିଲେ ସେନା । ଆଜି ସମସ୍ତଙ୍କୁ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଏହି ଦୁର୍ଘଟଣା ପାଇଁ ଦାୟୀ ଥିବା ସମସ୍ତଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଝାଡ଼ଖଣ୍ଡ ସରକାର କହିଛନ୍ତି ।

Leave A Reply

Your email address will not be published.