Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ବଢୁଛି ପେଟ୍ରୋଲ୍ ଓ ଡିଜେଲ ଦର, ଜଳିଯାଉଛି ଇଲେକ୍ଟ୍ରିକ୍ ଗାଡି

ଜିତେନ୍ଦ୍ର ଇଭି ନାମକ ଏକ କମ୍ପାନୀରୁ କଣ୍ଟେନର୍‌ରେ ରପ୍ତାନୀ ହୋଇଥିଲା ପ୍ରାୟ ୪୦ଟି ଇଲେକ୍ଟ୍ରିକ୍ ସ୍କୁଟର୍

ଭୁବନେଶ୍ୱର: ପେଟ୍ରୋଲ୍ ଓ ଡିଜେଲର ବଢୁଥିବା ଦାମ୍ ଏବେ ଲୋକଙ୍କୁ ଇଲେକ୍ଟ୍ରିକ୍ ଯାନ ଆପଣେଇବାକୁ ଉତ୍ସାହିତ କରୁଛି । ହେଲେ ଦୁଇ ଚକିଆ ଇଲେକ୍ଟ୍ରିକ୍ ଗାଡିରେ ଲଗାତାର ଭାବେ ଅଗ୍ନିକାଣ୍ଡ ଘଟଣା ଲୋକଙ୍କୁ ଦ୍ୱନ୍ଦରେ ପକାଇଛି ।

ନାସିକରୁ ଆସିଛି ଏହି ଭିଡିଓ । ଜିତେନ୍ଦ୍ର ଇଭି ନାମକ ଏକ କମ୍ପାନୀରୁ କଣ୍ଟେନର୍‌ରେ ରପ୍ତାନୀ ହୋଇଥିଲା ପ୍ରାୟ ୪୦ଟି ଇଲେକ୍ଟ୍ରିକ୍ ସ୍କୁଟର୍ । ହେଲେ ରାସ୍ତା ମଝିରେ କୌଣସି କାରଣ ଯୋଗୁଁ ୪୦ଟି ଗାଡି ମଧ୍ୟରୁ ୨୦ଟିରେ ନିଆଁ ଲାଗିଯାଇଥିଲା । ଫଳରେ ହୁତୁହୁତୁ ହୋଇ ଜଳି ଉଠିଥିଲା ବ୍ରାଣ୍ଡ ନ୍ୟୁ ଇଲେକ୍ଟ୍ରିକ୍ ସ୍କୁଟର୍ ।

କଣ୍ଟେନର୍‌ରେ ଅଥବା ଗାଡିରେ କିପରି ନିଆଁ ଲାଗିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ସୂଚନା ରହିଛି । ସଦ୍ୟ ସ୍ଥିତିରେ ଲୋକେ ଇଲେକ୍ଟ୍ରିକ୍ ଗାଡି କିଣିବାକୁ ଯୋଜନା କରୁଛନ୍ତି । ତେବେ ଏଭଳି ଘଟଣା ଗ୍ରାହକଙ୍କ ମନରେ ଇଲେକ୍ଟ୍ରିକ୍ ଗାଡି ପ୍ରତି କୋକୁଆ ଭୟ ସୃଷ୍ଟି କରୁଛି ।

Leave A Reply

Your email address will not be published.