ଭୁବନେଶ୍ବର: ରାଜ୍ୟରେ ଦେଖା ଦେଇଛି ଘନ କୁହୁଡି। କୁହୁଡ଼ି ସମୟରେ ସଡ଼କ ବ୍ୟବହାରକାରୀଙ୍କ ପାଇଁ ପରାମର୍ଶ ଜାରି କରିଛି ରାଜ୍ୟ ପରିବହନ ବିଭାଗ। ନିମ୍ନ ଦୃଶ୍ୟମାନତା ଓ ସମ୍ଭାବ୍ୟ ଦୁର୍ଘଟଣା ସମସ୍ୟା ଏଡାଇବା ପାଇଁ ପରାମର୍ଶ ଜାରି କରାଯାଇଛି।
ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ବିଳମ୍ବ ହେଉ ପଛେ ଗାଡି ଧୀରେ ଚଳାଇବାକୁ ପରାମର୍ଶ । ରାସ୍ତାରେ ଗାଡିଗୁଡିକ ମଧ୍ୟରେ ପର୍ଯ୍ୟାପ୍ତ ଦୂରତା ବଜାୟ ରଖନ୍ତୁ ଯାହା ଦ୍ୱାରା ଠିକ ସମୟରେ ଗାଡିରେ ବ୍ରେକର ଉପଯୋଗ କରାଯାଇପାରିବ । କୁହୁଡିରେ ଗାଡି ଚଳାଇବା ସମୟରେ ସବୁବେଳେ ହେଡ୍ ଲାଇଟ୍ ଲଗାଇ ରଖିବାକୁ ପରାମର୍ଶ ଦିଆଯାଇଛି । ଏଥିସହ କୁହୁଡି ସମୟରେ ରାସ୍ତାର ଦୃଶ୍ୟମାନତା ବୃଦ୍ଧି କରିବା ପାଇଁ ଫୋଗ ଲ୍ୟାମ୍ପ ବ୍ୟବହାର, ସଡକ ଚିହ୍ନ ତଥା ଅନ୍ୟ ସଡକ ସଂକେତ ଉପରେ ନଜର ରଖିବାକୁ କୁହାଯାଇଛି। ରାସ୍ତାର ମୋଡଗୁଡିକରେ ସାବଧାନତା ଅବଲମ୍ବନ କରିବା ସହ କୁହୁଡି ସମୟରେ ଏକାଗ୍ରତା ସହ ଗାଡି ଚଳାଇବା ପାଇଁ ପରାମର୍ଶ ଦିଆଯାଇଛି। ମୋବାଇଲ, ଇୟରଫୋନ୍ ତଥା ଉଚ୍ଚ ସ୍ୱରରେ ସଙ୍ଗୀତଠୁ ଦୁରେଇ ରହିବାକୁ ନିବେଦନ କରାଯାଇଛି।
ରାଜ୍ୟ ପରିବହନ ପ୍ରାଧିକରଣଙ୍କ ସୋସିଆଲ ମିଡ଼ିଆରେ ରାଜ୍ୟର ଦୈନିକ କୁହୁଡି ରିପୋର୍ଟ ପୋଷ୍ଟ କରାଯିବ। ରାଜ୍ୟ ପରିବହନ ପ୍ରାଧିକରଣଙ୍କ ସୋସିଆଲ ମିଡ଼ିଆକୁ ଅନୁସରଣ, ଦୈନିକ କୁହୁଡି ରିପୋର୍ଟକୁ ଯାଞ୍ଚ କରି ସେହି ଅନୁଯାୟୀ ଯାତ୍ରା ଯୋଜନା ନିର୍ଦ୍ଧାରଣ କରିବା ପାଇଁ ନିବେଦନ କରାଯାଇଛି।
Comments are closed.