Latest Odisha News

BREAKING NEWS

ମଣିରତ୍ନମଙ୍କୁ ଶାହାରୁଖ କହିଲେ ଆପଣ କହିଲେ ମୁଁ ବିମାନ ଉପରେ ନାଚିବି

ମୁମ୍ବାଇ: ବଲିଉଡ ବାଦଶାହ ଶାହାରୁଖ ଖାଁ ପଠାନ, ଜବାନ ଏବଂ ଏବେ ଡଙ୍କି ଫିଲ୍ମର ସଫଳତାର ମଜା ଉଠାଉଛନ୍ତି । ରିପୋର୍ଟ ଅନୁସାରେ ଶାହାରୁଖ ଖୁବ ଶୀଘ୍ର ୩ଟି ନୂଆ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଏହି ଅବସରରେ ସେ ମଣିରତ୍ନମଙ୍କ ଫିଲ୍ମରେ ପୁୂନର୍ବାର ଅଭିନୟ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ସେ କହିଥିଲେ, ମୁଁ ଆପଣଙ୍କୁ ଅନୁରୋଧ କରୁଛି ଆଉ ଏକ ଫିଲ୍ମରେ ମୋତେ ନିଅନ୍ତୁ । ଏଥର ଟ୍ରେନ ନୁହେଁ ଆବଶ୍ୟକ ପଡିଲେ ବିମାନ ଉପରେ ବି ଛୈୟାଁ ଛୈୟାଁରେ ନାଚିବି । ମଣିରତ୍ନମ ଏହାର ଜବାବରେ କହିଥିଲେ ପ୍ରଥମେ ତୁମକୁ ବିମାନ କିଣିବାକୁ ପଡିବ ।

ଶାହାରୁଖ ହସି କରି କହିଥିଲେ ଏବେ ମୋର ଫିଲ୍ମ ଯେପରି ବ୍ୟବସାୟ କରୁଛି ଏହା ବଡ କଥା ନୁହେଁ । ହେଲା ତୁମକୁ ନେଇ ଫିଲ୍ମ କରିବି, ତୁମେ ଏବେ ଧରାପୃଷ୍ଠକୁ ଓହ୍ଲାଇ ଆସ ବୋଲି ମଣି କହିଥିଲେ । ସୂଚନାଯୋଗ୍ୟ, ୧୯୯୮ରେ ମଣିରତ୍ନମଙ୍କ ଦିଲ ସେ ରେ ଶାହାରୁଖ ଅଭିନୟ କରିଥିଲେ । ଏହା ବକ୍ସ ଅଫିସରେ ଭଲ ବ୍ୟବସାୟ ମଧ୍ୟ କରିଥିଲା । ଛୈୟାଁ ଛୈୟାଁ ଗୀତ ବେଶ ଲୋକପ୍ରିୟ ହୋଇଥିଲା ।

Leave A Reply

Your email address will not be published.