Latest Odisha News

ଅବପାତର ରୂପ ନେଲା ଲଘୁଚାପ, ଓଡ଼ିଶାରେ ବର୍ଷା ଆଶଙ୍କା

ଭୁବନେଶ୍ୱର : ଆଣ୍ଡାମାନ ସାଗରରେ ଘନୀଭୂତ ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି, ଏହା ପ୍ରଭାବରେ ଓଡିଶାରେ ବୃଷ୍ଟିପାତ ହେବାର ଆଶଙ୍କା ରହିଛି ।

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏହା ଘନୀଭୂତ ହୋଇଥିବା ବେଳେ ଗୋପାଳପୁର ଠାରୁ ୧୦୫୦ କିଲୋମିଟର ଦକ୍ଷିଣପୂର୍ବରେ ରହିଥିବା ସୂଚନା ଦେଇଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ର ।

ଅନୁକୂଳ ପରିସ୍ଥିତି ଉପଲବ୍ଧ ହେବା ସହ ସମୁଦ୍ରର ତାପମାତ୍ରା ୨୮-୩୦ ଡିଗ୍ରୀ ସେଂଟିଗ୍ରେଡ୍, ପବନର ବେଗ ୫-୧୫ ନଟ୍ ଏବଂ ଉପରସ୍ତରରେ ଆଂଟି ସାଇକ୍ଲୋନିକ୍ ଫ୍ଲୋ ରହିଥିବା ଯୋଗୁ ଁ ଏହି ଅବପାତ ପରବର୍ତୀ ସମୟରେ ଘୁର୍ଣ୍ଣିବଳୟରେ ପରିଣତ ହେବାର ସମ୍ଭାବନା ଥିବା ସୂଚନା ଦେଇଛନ୍ତି ସିଇସି ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ।

ପ୍ରଥମ ପର୍ଯ୍ୟାୟରେ ଏହି ଅବପାତ ଗୋଟିଏ କିମ୍ବା ଦୁଇ ଦିନ ପାଇଁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ପରବର୍ତୀ ପର୍ଯ୍ୟାୟରେ ଏହାର ଦିଗ ପଶ୍ଚିମ-ଦକ୍ଷିଣ-ପଶ୍ଚିମ ମୁହାଁ ହେବାର ସମ୍ଭାବନା ଅଛି ବୋଲି ସେ କହିଛନ୍ତି ।

ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଏବଂ ଉପକୂଳ ଅଞ୍ଚଳର କେତେକ ସ୍ଥାନରେ ନଭେମ୍ବର ୧୨ ରୁ ୧୫ ତାରିଖ ମଧ୍ୟରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଓଡ଼ିଶାର କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ଡ. ସାହୁ କହିଛନ୍ତି । ଉତ୍ତର-ପଶ୍ଚିମ ବା ଉତ୍ତର ଦିଗରେ ପବନ ବହିବା ଫଳରେ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା କମିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.