Latest Odisha News

BREAKING NEWS

‘ସାଥୀ ତୁ ଫେରିଆ’ରେ କମାଲ୍ କରିବେ ଜ୍ୟୋତି-ଅନୁଭାଙ୍କ ଯୋଡି

ଭୁବନେଶ୍ୱର : ସାଇଶ୍ରଦ୍ଧା ଟେଲି ପ୍ରଡକ୍ସନ ଓ ଜୀ-ସାର୍ଥକ ମିଳିତ ଭାବେ ନେଇ ଆସୁଛନ୍ତି ଓଡିଆ ଚଳଚ୍ଚିତ୍ର ‘ସାଥୀ ତୁ ଫେରିଆ’ ।

ସିନେମାରେ ୨ଜଣ ନାୟକଙ୍କ ବିପକ୍ଷରେ ୨ନାୟିକା ରହିଛନ୍ତି । ରିଅଲ ଲାଇଫ ଯୋଡି ଅଭିନେତା ମଣ୍ଟୁ ଓ ଅଭିନେତ୍ରୀ ଅନିଶା ପ୍ରମୁଖ ଭୂମିକାରେ ରହିଥିବାବେଳେ ସିନେପ୍ରେମୀ ପ୍ରଥମଥର ପାଇଁ ଅଭିନେତ୍ରୀ ଅନୁଭା-ଅଭିନେତା ଜ୍ୟୋତିଙ୍କ କେମେଷ୍ଟ୍ରିକୁ ପରଦାରେ ଦେଖିବେ ।

ଏମାନଙ୍କ ବ୍ୟତିତ ସିନେମାରେ ମହେଶ୍ୱତା ରାୟ, ଶ୍ରୀତମ ଦାସ, ପ୍ରଜ୍ଞା, ମୁନା ଖାଁ ଓ ପିଣ୍ଟୁ ନନ୍ଦ ପ୍ରମୁଖ ରହିଛନ୍ତି । ପ୍ରେମ୍ ଆନନ୍ଦ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବାବେଳେ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ସୁଧାକର ବସନ୍ତ ।

ପ୍ରଯୋଜନା ଭାର ସମ୍ଭାଳିଛନ୍ତି ନିହାର ସାମଲ ଓ ବିନି ସାମଲ । ଫିଲ୍ମର ସଂଳାପ ଚିନ୍ମୟ ଦାସ ପଟ୍ଟନାୟକ ଲେଖିଥିବାବେଳେ କାହାଣୀଟି ପାରିବାରିକ କଥାବସ୍ତୁ ଉପରେ ଆଧାରିତ ଥିବା ଜଣାପଡିଛି ।

‘ସାଥୀ ତୁ ଫେରିଆ’ ସିନେମାଟି ସସପେନ୍ସରେ ଭରପୂର ହୋଇରହିଥିବା ବେଳେ ଆସନ୍ତା ୨୩ରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି ।

Leave A Reply

Your email address will not be published.