Latest Odisha News

ଅହମ୍ମଦାବାଦ ରଥଯାତ୍ରାରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ : ଗୁଜରାଟର ଅହମ୍ମଦାବାଦ ଓ ଗାନ୍ଧୀନଗରର ଅଡାଲଜଠାରେ ଥିବା ଜଗନ୍ନାଥ ମନ୍ଦିରରେ ପାଳିତ ହୋଇଛି ରଥଯାତ୍ରା । କୋଭିଡ୍‍ କଟକଣା ମଧ୍ୟରେ ଶ୍ରୀଜଗନ୍ନାଥ ସାଂସ୍କୃତିକ ଏକାଡେମୀ ଓ ଅନୁସନ୍ଧାନ କେନ୍ଦ୍ର ପକ୍ଷରୁ ଆୟୋଜିତ ଏହି ରଥଯାତ୍ରାରେ ଦେଖିବାକୁ ମିଳିଥିଲା ଭକ୍ତଙ୍କ ମଧ୍ୟରେ ଉତ୍ସାହ । ସୀମିତ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ନେଇ ହୋଇଥିବା ଏହି ରଥଯାତ୍ରାରେ ସାମିଲ ହୋଇଥିଲେ ଗୁଜରାଟର ଉପମୁଖ୍ୟମନ୍ତ୍ରୀ ନୀତିନ ଭାଇ ପଟେଲ ।

ନୀତି ନିର୍ଘଣ୍ଟ ଅନୁସାରେ, ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି କରାଯାଇ ହରିବୋଲ, ହୁଳହୁଳି, ଭଜନ, କୀର୍ତ୍ତନ ଓ ଜୟ ଜଗନ୍ନାଥ ଧ୍ବନୀ ମଧ୍ୟରେ ପହଣ୍ଡି କରାଯାଇ ରଥ ଉପରକୁ ଅଣାଯାଇଥିଲା । ଦେବୀ ସୁଭଦ୍ରାଙ୍କର ରୋଷଣୀ ମହିଳାମାନେ କରୁଥିବାର ଦୃଶ୍ୟ ବେଶ୍‍ ମନୋରମ ଥିଲା । ମନ୍ଦିର ଅଗଣା ମଧ୍ୟରେ ରଥକୁ ସାଙ୍କେତିକ ଭାବେ ୧୦୦ ମିଟର ପର୍ଯ୍ୟନ୍ତ ଟଣାଯାଇଥିଲା । ଏହାପରେ ଠାକୁରମାନଙ୍କୁ ମନ୍ଦିରର ତଳ ତାଲାରେ ଥିବା କମ୍ୟୁନିଟି ହଲ୍‍କୁ ନିଆଯାଇ ସେଠାରେ ନିର୍ମିତ ସିଂହାସନରେ ବିରାଜମାନ କରାଯାଇଥିଲା । ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଏଠାରେ ଦିଅଁମାନେ ଭକ୍ତଙ୍କୁ ଦର୍ଶନ ଦେବେ । ରଥଯାତ୍ରାରେ ପ୍ରାୟ ଦୁଇ ଲୋକଙ୍କ ସମାଗମ ହୋଇଥିବା ବେଳେ, ଉପମୁଖ୍ୟମନ୍ତ୍ରୀ ନୀତିନ ଭାଇ ପଟେଲ ଓ ଜଗନ୍ନାଥ ସାଂସ୍କୃତିକ ଏକାଡେମୀ ଓ ଅନୁସନ୍ଧାନ କେନ୍ଦ୍ରର ଅଧ୍ୟକ୍ଷ ସୁଦୀପ କୁମାର ନନ୍ଦ ଛେରା ପହଁରା କରିଥିଲେ ।

Comments are closed.