Latest Odisha News

BREAKING NEWS

ବେଙ୍ଗାଲୁରୁରେ ସାଙ୍କେତିକ ରଥଯାତ୍ରା ଉତ୍ସବ ପାଳନ

ବେଙ୍ଗାଲୁରୁ : କୋଭିଡ କଟକଣା ମଧ୍ୟରେ ବେଙ୍ଗାଲୁରୁରେ ପାଳିତ ହୋଇଛି ରଥଯାତ୍ରା । ମହାନଗରର ଆଗରାଠାରେ ଥିବା ଜଗନ୍ନାଥ ମନ୍ଦିରରେ ରୀତିନୀତି ମୁତାବକ ବଢ଼ି ଭୋରରୁ ମଙ୍ଗଳ ଆଳତୀ, ଅବକାଶ, ମଇଲମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ଓ ସାହାଣ ମେଲା ଆଦି ସମ୍ପନ୍ନ ହୋଇଥିଲା । କୋଭିଡ୍‍ କଟକଣା ଅନୁସାରେ କେବଳ ମନ୍ଦିର ଭିତରେ ସୀମିତ ରହିଥିଲା ରଥଯାତ୍ରା । ଶ୍ରୀଜିଉଙ୍କ ସାଙ୍କେତିକ ରଥଯାତ୍ରାକୁ ସୋସିଆଲ ମିଡିଆ ଜରିଆରେ ପ୍ରସାରଣ କରାଯାଇଥିଲା ।

ଅପରାହ୍ନ ଗୋଟାଏରୁ ଦୁଇଟା ମଧ୍ୟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି କରଯାଇ ଉପର ମହଲାରେ ଥିବା ଅଣସର ଗୃହରୁ ତଳ ମହଲାକୁ ଅଣାଯାଇଥିଲା । ପ୍ରଥମେ ପ୍ରଭୁ ସୁଦର୍ଶନ, ଏହାପରେ ବଡ଼ ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି କରି ଅଣାଯାଇଥିଲା । ଶ୍ରୀଜିଉଙ୍କ ପହଣ୍ଡି ଦୃଶ୍ୟକୁ ବେଶ ମନୋରମ ଥିଲା । ମନ୍ଦିର ଟ୍ରଷ୍ଟ ବୋର୍ଡର ଟ୍ରଷ୍ଟି ଚକ୍ରଧର ସ୍ବାଇଁଙ୍କ ଦ୍ବାରା ସମାପନ ହୋଇଥିଲା ଛେରା ପହଁରା କାର୍ଯ୍ୟ । କର୍ଣ୍ଣାଟକ ସରକାରଙ୍କ ତରଫରୁ ଜାରି ହୋଇଥିବା ନୂଆ କରୋନା ଗାଇଡଲାଇନ ଅନୁଯାୟୀ ଭକ୍ତଙ୍କୁ ସକାଳେ ସାହାଣମେଲା ସମୟରେ ଓ ସନ୍ଧ୍ୟାରେ ଦିଅଁମାନଙ୍କୁ ଦର୍ଶନ କରିବାର ସୁଯୋଗ ଦିଆଯାଇଥିଲା । ଶ୍ରୀଜିଉଙ୍କୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ମନ୍ଦିରର ତଳ ମହଲାରେ ପୂଜାର୍ଚ୍ଚନା କରାଯିବ ।

Leave A Reply

Your email address will not be published.