Latest Odisha News

କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ପ୍ରାକ୍ ବଜେଟ୍ ବୈଠକ ଓ ଜିଏସଟି କାଉନସିଲ ବୈଠକରେ ଯୋଗଦେବେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ

ଭୁବନେଶ୍ୱର: କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ଅର୍ଥ ମନ୍ତ୍ରୀ ମାନଙ୍କର ପ୍ରାକ୍ ବଜେଟ୍ ବୈଠକ ଓ ଜିଏସଟି କାଉନସିଲ ବୈଠକରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେବେ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ତାଙ୍କ ପରାମର୍ଶ କ୍ରମେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଏହି ବୈଠକରେ ଯୋଗଦେବେ । ଜୁନ୍ ୨୨ ତାରିଖ ଦିନ ନୂଆ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଏହି ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.