Latest Odisha News

ସୁଭଦ୍ରା କଲ୍‌ ସେଣ୍ଟର ଉଦଘାଟିତ

ଭୁବନେଶ୍ବର: ଭୁବନେଶ୍ବରରେ ସୁଭଦ୍ରା କଲ୍‌ ସେଣ୍ଟର ଉଦ୍‌ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଓସିଏସି ଠାରେ ଉଦଘାଟିତ ହେଲା ସୁଭଦ୍ରା କଲ ସେଣ୍ଟର । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ସର୍ବସାଧାରଣ ନିଜର ସୁବିଧା ବିଷୟରେ ପଚାରିବାକୁ ଏହି କଲ ସେଣ୍ଟର ଖୋଲାଯାଇଛି ।

ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ସୁଭଦ୍ରା ଫର୍ମ ଦାଖଲର କୌଣସି ଶେଷ ତାରିଖ ନାହିଁ । ଶେଷ ଯୋଗ୍ୟ ହିତାଧିକାରୀ ଦାଖଲ କରିବା ଯାଏଁ ଫର୍ମ ଗ୍ରହଣ ହେବ । ସେହିପରି ଶେଷ ଯୋଗ୍ୟ ହିତାଧିକାରୀ ଟଙ୍କା ପାଇବା ଯାଏଁ କଲ ସେଣ୍ଟର ଖୋଲା ରହିବ ।

ସେ ପୁଣି କହିଛନ୍ତି ଯେ, ୧୭ ତାରିଖରେ ସୁଭଦ୍ରାର ପ୍ରଥମ କିସ୍ତି ଟଙ୍କା ଦିଆଯିବ । ତା’ ପରେ ବି ଯିଏ ଆବେଦନ କରିବେ ତାଙ୍କୁ ମଧ୍ୟ ପ୍ରଥମ କିସ୍ତି ମିଳିବ । ୧୭ ତାରିଖ ପରେ ବି ରେଜିଷ୍ଟ୍ରେସନ କଲେ ଟଙ୍କା ପାଇପାରିବେ ଯୋଗ୍ୟ ହିତାଧିକାରୀ ।

 

Comments are closed.