Latest Odisha News

BREAKING NEWS

କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହେଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ

ଭୁବନେଶ୍ୱର: କରୋନାରେ ସଂକ୍ରମିତ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ପ୍ରାଇଭେଟ୍ କ୍ୟାବିନରେ ରଖି ତାଙ୍କର ଚିକିତ୍ସା କରାଯାଉଛି । ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା କରାଯିବ ।

ବିଷ୍ଣୁ ସେଠୀଙ୍କର ଚିକିତ୍ସା ପାଇଁ ଏମ୍ସ ପକ୍ଷରୁ ସ୍ଵତନ୍ତ୍ର କମିଟି ଗଠନ କରାଯିବ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍ସ ସୁପରିଟେଣ୍ଡେଣ୍ଟ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି । ସେପଟେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ସମ୍ପୁର୍ଣ୍ଣ ସୁସ୍ଥ ହେଲେ ତାଙ୍କୁ ଡିସଚାର୍ଜ କରାଯିବ ।

Leave A Reply

Your email address will not be published.