Latest Odisha News

BREAKING NEWS

ଫିଲିପିନ୍ସ ବିମାନ ଦୁର୍ଘଟଣାରେ ୧୭ ମୃତ, ୪୦ ଆହତ

କୋଟାବାଟୋ: ଫିଲିପିନ୍ସ ସେନାର ବିମାନ ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ୪୦ରୁ ଅଧିକ ଆହତ ହୋଇଛନ୍ତି । ମୃତାହତଙ୍କ ଭିତରେ ଅଧିକାଂଶ ସେନା ଅଧିକାରୀ ଓ କର୍ମଚାରୀ ଅଛନ୍ତି । ଫିଲିପିନ୍ସ ସୁଲୁ ପ୍ରଦେଶର ଜୋଲୋ ଦ୍ୱୀପରେ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସେନାର ବିମାନ C-130 ।

ଦୁର୍ଘଟଣା ପରେ ଖଣ୍ଡ ବିଖଣ୍ଡିତ ହୋଇ ଯାଇଥିଲା ବିମାନ । ବିସ୍ଫୋରଣ ପରେ ବିମାନରେ ନିଆଁ ଲାଗି ଯାଇଥିଲା । ଏତେ ଜୋରରେ ଦୁର୍ଘଟଣା ହୋଇଥିଲା ଯେ, ଆଖପାଖ ଅଞ୍ଚଳରେ ଦେଖାଦେଇଥିଲା ନିଆଁ ଓ ଧୂଆଁ । ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ୟ୍ୟ ।
ବିମାନରେ ୮୫ରୁ ଅଧିକ ଜଣ ଥିବା କୁହାଯାଉଛି । ତେବେ କେମିତି ଓ କେଉଁ ପରିସ୍ଥିତିରେ ବିମାନ ଦୁର୍ଘଟଣାର ଶିକାର ହେଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ । ଘଟଣାକ ତଦନ୍ତ ନିର୍ଦ୍ଦେଶ ଦେଇଛି ଫିଲିପିନ୍ସ ସେନା ।

Leave A Reply

Your email address will not be published.