Latest Odisha News

BREAKING NEWS

ରାମ ରହିମଙ୍କୁ ଆଜୀବନ କାରାଦଣ୍ଡାଦେଶ

ଚଣ୍ଡୀଗଡ: ଡେରାସଚ୍ଚା ସୌଦା ପ୍ରମୁଖ ଗୁରୁମିତ ରାମ ରହିମ ଏବଂ ୪ଜଣ ସହଯୋଗୀଙ୍କୁ ରଣଜିତ ସିଂଙ୍କ ହତ୍ୟା ମାମଲାରେ ସିବିଆଇର ସ୍ୱତନ୍ତ୍ର କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏହା ବ୍ୟତୀତ ରାମ ରହିମଙ୍କୁ ୩୧ ଲକ୍ଷ ଟଙ୍କା ଏବଂ ସହଯୋଗୀଙ୍କୁ ୫୦ ହଜାର ଟଙ୍କା ଜରିମାନା ଦେବାକୁ କୁହାଯାଇଛି । ଡେରା ମ୍ୟାନେଜର ରଣଜିତଙ୍କୁ ୨୦୦୨ରେ ହତ୍ୟା କରାଯାଇଥିଲା । ତାଙ୍କ ପୁତ୍ର ଜଗସିର ସିଂ ଗୁରମିତଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ ।

୧୯ ବର୍ଷ ପରେ ଏହି ମାମଲାରେ ଆଜି କୋର୍ଟ ରାୟ ଶୁଣାଇଛନ୍ତି । ପୂର୍ବରୁ ୨୦୧୭ ଅଗଷ୍ଟ ୨୫ରେ ତାଙ୍କୁ ୨ଜଣ ସାଧ୍ୱୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ୨୦ ବର୍ଷ କାରାଦଣ୍ଡ ଏବଂ ସାମ୍ବାଦିକ ରାମ ଚାନ୍ଦ ଛତ୍ରପତିଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ କୋର୍ଟ ଦଣ୍ଡିତ କରିଥିଲେ ।

Leave A Reply

Your email address will not be published.