Latest Odisha News

BREAKING NEWS

ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରବଳ ତୁଷାରପାତ, ରାସ୍ତା ଘାଟ ଚାରିଆଡେ ଜମିଛି ବରଫର ଆସ୍ତରଣ

ଓଡ଼ିଶା ସମ୍ବାଦ ବ୍ୟୁରୋ : ଧଳା ଚାଦରରେ ସଜେଇ ହୋଇଛି ଉତ୍ତରାଖଣ୍ଡ। ଚାରିଆଡେ ତୁଷାରପାତ । ବହୁ ଶିଘ୍ର ଶୀତର ଆଗମନ ହୋଇଛିା ଚଳିତ ବର୍ଷର ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରଥମ ତୁଷାରପାତ ଦେଖିବାକୁ ମିଳିଛି । ସୋମବାର ହିମାଚଳ ପ୍ରଦେଶର ଲାହଲ-ସ୍ପିଟି ଜିଲ୍ଲାର ଧନଖର ଗ୍ରାମରେ ତୁଷାରପାତ ହୋଇଛି । ଗାଁଟି ବରଫର ମୋଟା କମ୍ବଳରେ ଆଚ୍ଛାଦିତ ହୋଇଥିବା ଦେଖାଯାଇଥିଲା ।

ଉତ୍ତରାଖଣ୍ଡର ପିଥୋରାଗଡ ଜିଲ୍ଲାର ଧର୍ଚୁଲାର ଉଚ୍ଚ ହିମାଳୟ ଅଞ୍ଚଳ ମଧ୍ୟ ସୋମବାର ତୁଷାରପାତ  ହୋଇଛି। ଦର୍ମା ଉପତ୍ୟକା, ପଞ୍ଚଚୁଲି ବେସ ଏବଂ ଧର୍ଚୁଲାର ଉଚ୍ଚ ହିମାଳୟ ଅଞ୍ଚଳର ଲଗାତାର ବର୍ଷା ପରେ ପ୍ରବଳ ତୁଷାରପାତ ଯୋଗୁଁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆଇଏମଡି ଆହୁରି ମଧ୍ୟ ସୂଚନା ଦେଇଛି ଯେ ଜିଲ୍ଲା ମୁଖ୍ୟାଳୟ ଗୋପେଶ୍ୱର ସମେତ ପିପାଲକୋଟି, ଘାଟ, ପୋଖରୀ ଅଞ୍ଚଳରେ ବରଫ ବୃଷ୍ଟି  ହ୍ରାସ ପାଇଛି । ଅଧିକ ଉଚ୍ଚତାରେ ଥିବା ଅଞ୍ଚଳରେ ମଧ୍ୟ ତୁଷାରପାତ ହୋଇଛି। ସେପଟେ ଅନେକ ଅଞ୍ଚଳରେ ବରଫ ବୃଷ୍ଟି ଲାଗିରହିଛି । ରାସ୍ତା ଘାଟ ଚାରିଆଡେ ଜମିଛି ବରଫର ଆସ୍ତରଣ ।

 

Leave A Reply

Your email address will not be published.