Latest Odisha News

ପତ୍ର ତୋଳିବାକୁ ଯାଇଥିବାବେଳେ ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ

କାମାକ୍ଷାନଗର: ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ। ମୃତ ମହିଳା ଜଣକ ହେଲେ ଢ଼େଙ୍କାନାଳ ଜିଲ୍ଲା ରାଇବୋଲ ପଞ୍ଚାୟତ ହାଡ଼ଗଡ଼ି ଗାଁର ପାର୍ବତୀ ପ୍ରଧାନ।

ପାର୍ବତୀ ପତ୍ର ତୋଳିବା ପାଇଁ ଗାଁ ପାଖ ମଉଳାଭଣଜା ଜଙ୍ଗଲକୁ ଯାଇଥିଲେ। ପତ୍ର ତୋଳି ଘରକୁ ଫେରିବା ବାଟରେ ହିଁ ବଜ୍ରାଘାତର ଶିକାର ହୋଇଥିଲେ। ସ୍ୱାମୀ ରାମଚନ୍ଦ୍ର ପ୍ରଧାନ ସ୍ତ୍ରୀ ପାର୍ବତୀକୁ ଅଚେତ ଅବସ୍ଥାରେ ପାଇଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ଆମ୍ବୁଲାନ୍ସରେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Leave A Reply

Your email address will not be published.