Latest Odisha News

ଶୀତ ଦିନେ ଏହି ଖାଦ୍ୟ ଖାଇଲେ ରୁକ୍ଷ ତ୍ୱଚାରୁ ପାଇବେ ରକ୍ଷା….

ଆମ ଦେଶୀ ଜଳବାୟୁକୁ ଅନୁଧ୍ୟାନ କରି ଭାରତୀୟ ଖାଦ୍ୟ ବିଶେଷଜ୍ଞ ଦଳ ଶୀତଦିନିଆ ଖାଦ୍ୟ ବିଷୟରେ ଜଣାଇଛନ୍ତି। ଏଗୁଡ଼ିକୁ ‘ଶୀତରେ ସୁପର ଫୁଡ୍’ ନାମ ଦିଆଯାଇଛି । ସାଧାରଣତଃ ଘରେ ଘିଅର ବ୍ୟବହାର ଅଧିକ ହୋଇଥାଏ । ସମସ୍ତେ ଶୀତଦିନେ ଦେଶୀ ଘିଅ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି । ସେହିପରି ଶୀତଦିନେ ଅଁଳା,ମେଥି,ପାଳଙ୍ଗ ଶାଗ ଖାଇବା ସ୍ୱାସ୍ଥ୍ୟପାଇଁ ଉପକାରୀ  ।
ଦେଶୀ ଘିଅକୁ ଗରମ ଡାଲି ନଚେତ୍ ପରଟାରେ ଲଗାଇ ଖାଇଲେ ଶରୀରକୁ ଶକ୍ତି ମିଳେ। ତା’ ସହ ଦେଶୀ ଘିଅ ଖାଇଲେ ଶୀତରେ ହେଉଥିବା ଶୁଷ୍କ ତ୍ବଚାର ସମସ୍ୟା ଦୂରେଇ ଯାଏ।
ଏ ଋତୁରେ ପ୍ରତିଦିନ ଗୋଟିଏ ଅଁଳା ଖାଇଲେ ବି ଶରୀରକୁ ପୋଷଣ ମିଳୁଥିବା ବିଶେଷଜ୍ଞ କହିଛନ୍ତି ।
ମେଥି, ପାଳଙ୍ଗ ଶାଗ ତରକାରି କିମ୍ବା ପରଟା ପ୍ରସ୍ତୁତ କରି ନିୟମିତ ଭାବେ ଶୀତରେ ଖାଆନ୍ତୁ।
ଭିଟାମିନ୍ ସି ଓ କେ ଯୁକ୍ତ ଖାଦ୍ୟ ଶୀତରେ ଖାଇଲେ ହାଡ଼ଗୋଡ଼ ମଜବୁତ୍ ହୁଏ।

Leave A Reply

Your email address will not be published.