Latest Odisha News

କାବୁଲ ଏୟାରପୋର୍ଟରୁ ଆସିଲା ବିକଳ ଚିତ୍ର, ବିମାନରେ ବସିବାକୁ ଠେଲାପେଲା

କାବୁଲ: ଆଫଗାନିସ୍ତାନରେ ସ୍ଥିତି ବିଗିଡ଼ିାରେ ଲାଗିଛି । ତାଲିବାନ ହାତକୁ ଶାସନ କ୍ଷମତା ଚାଲିଯିବା ପରେ ସାଧାରଣ ଲୋକ ଆତଙ୍କିତ । କାବୁଲ ଛାଡ଼ି ପଳାଉଛନ୍ତି ବିଭିନ୍ନ ଦେଶର ଲୋକ । ଏୟାରପୋର୍ଟରେ ଅସମ୍ଭାଳ ଭିଡ଼ । ବିମାନବନ୍ଦର ପରିସରରୁ ଏମିତି ଚିତ୍ର ସାମନାକୁ ଆସିଛି ଯାହା ସାରା ବିଶ୍ୱକୁ ବ୍ୟଥିତ କରୁଛି । ସବୁଠି ଏବେ ଆଫଗାନିସ୍ତାନକୁ ନେଇ ଚର୍ଚ୍ଚା ।

କାବୁଲ୍ ବିମାନବନ୍ଦରରେ ପ୍ରବଳ ଭିଡ଼ । ବିମାନରେ ବସିବାକୁ ଲୋକଙ୍କ ଭିତରେ ଠେଲାପେଲା, ମାରପିଟ ହେଉଥିବା ଚିତ୍ର ଏବେ ସାମନାକୁ ଆସିଛ । ଏହି ଚିତ୍ର ହିଁ ସ୍ପଷ୍ଟ କରୁଛି କାବୁଲକୁ ତାଲିବାନୀ ଦଖଲରେ ନେବା ପରେ ସେଠାକାର ସ୍ଥିତି କେମିତି ରହିଛି ।

ଆଫଗାନିସ୍ତାନରେ ତାଲିବାନୀଙ୍କ ଶାସନ ପୂର୍ବରୁ ଲୋକ କିଭଳି ତ୍ରାହି ତ୍ରାହି ଡାକିଲେଣି । ନିଜ ରାସ୍ତା ନିଜେ ବାଛି ନେଉଛନ୍ତି । ଏବେ କେହି ଆଉ କିଛି ଭାବୁ ନାହାନ୍ତି । ଗୋଟିଏ କଥା ମନରେ ରଖିଛନ୍ତି । ଯେମିତି ବି ହେଉ ବିମାନରେ ବସି ନିଜ ନିଜ ଦେଶକୁ ପଳାଇଯିବେ । ଏପରିକି ବିମାନ ଉପରେ ବି ଲୋକ ଚଢ଼ି ଯାଉଛନ୍ତି ।

କାବୁଲକୁ ତାଲିବାନୀ କବଜା କରିବା ପରେ ଏମିତି ବିକଳ ଚିତ୍ର ସବୁ ସାମନାକୁ ଆସୁଛି । ଏହି ଦୃଶ୍ୟ ଦେଖିଲେ ଲାଗୁ ନାହିଁ ଏକା କୌଣସି ବିମାନବନ୍ଦରର ହୋଇଥିବ । କୌଣସି ବସଷ୍ଟାଣ୍ଡ କି ରେଳ ଷ୍ଟେସନରେ ଭିଡ଼ ହେବା ଭଳି ସ୍ଥିତି ମନେ ହେଉଛି ।

କାବୁଲ ବିମାନବନ୍ଦରରେ ଆଜି ଏମିତି ଅସ୍ୱାଭାବିକ ଭିଡ଼ ହୋଇଥିଲା ଯେ, ଆମେରିକା ସେନା ସ୍ଥିତିକୁ ନିୟନ୍ତ୍ରଣରେ ଆଣିବାକୁ ଫାଙ୍କା ଗୁଳି ଚଳାଇଥିଲେ । ଆମେରିକା, ବ୍ରିଟେନ୍ ଭଳି ବିଭିନ୍ନ ଦେଶ ସେମାନଙ୍କର ଦୂତାବାସ ଖାଲି କରୁଛନ୍ତି ।

Leave A Reply

Your email address will not be published.