Latest Odisha News

BREAKING NEWS

ପେଗାସସ୍ ମାମଲା ତଦନ୍ତ କରିବ କମିଟି, ସୁପ୍ରିମକୋର୍ଟଙ୍କୁ ଅବଗତ କଲା କେନ୍ଦ୍ର

ନୂଆଦିଲ୍ଲୀ: ପେଗାସସ୍ ମାମଲା ତଦନ୍ତ ପାଇଁ ଗଠନ ହେବ କମିଟି । ଏଥିପାଇଁ ବିଶେଷଜ୍ଞ କମିଟି ଗଠନ କରାଯିବ । ଏନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି କେନ୍ଦ୍ର ସରକାର । ଦୁଇ ପୃଷ୍ଠା ସମ୍ବଳିତ ସତ୍ୟପାଠ ଦାଖଲ କରିଛନ୍ତି । ଗୁପ୍ତରେ ତଥ୍ୟ ସଂଗ୍ରହ କିମ୍ବା କାହା ଉପରେ ନଜର ରଖଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛି କେନ୍ଦ୍ର । ଆବେଦନକାରୀ ଆଣିଥିବା ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି କେନ୍ଦ୍ର ସରକାର ।

ବରିଷ୍ଠ ସାମ୍ବାଦିକ ଏନ୍. ରାମ ଓ ଅନ୍ୟ ଆବେଦନକାରୀ ପେଗାସସ୍ ବିବାଗ ନେଇ ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲେ । ଅଭିଯୋଗ ହୋଇଥିଲା, ପେଗାସସ୍ ସଫ୍ଟଓ୍ୱେୟାର ଜରିଆରେ କେନ୍ଦ୍ର ସରକାର ସାମ୍ୱାଦିକ, ରାଜନେତା, ସମାଜସେବୀ ଓ ନ୍ୟାୟପାଳିକା ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କ ଉପରେ ଗୁପ୍ତ ତଥ୍ୟ ସଂଗ୍ରହ କରୁଛନ୍ତି ।

ଏସମ୍ପର୍କିତ ଖବର ଜଣା ପଡ଼ିବା ପରେ ସାରା ଦେଶରେ ଉଠିଥିଲା ବିରୋଧର ସ୍ୱର । ପାର୍ଲାମେଣ୍ଟରେ ବି ଏହାକୁ ମୁଦ୍ଦା କରିଥିଲେ ବିରୋଧୀ । ସରକାରଙ୍କ ପାଖରୁ ସ୍ପଷ୍ଟୀକରଣ ମାଗିଥିଲେ । ବିବାଦ ଭିତରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ଆଗକୁ ପେଗାସସ୍ ବିବାଦ କି ମୋଡ଼ ନେଉଛି ତାକୁ ଅପେକ୍ଷା ।

Leave A Reply

Your email address will not be published.