Latest Odisha News

୨୦୦ କୋଟି କ୍ଲବରେ ସାମିଲ ହେଲା ଜୁନିୟର ଏନଟିଆରଙ୍କ ‘ଦେବାରା-୧’

ମୁମ୍ବାଇ: ଗତ ସେପ୍ଟେମ୍ବର ୨୭ ତାରିଖରେ ମୁକ୍ତିଲାଭ କରିଥିଲା ଆକ୍ସନ ଷ୍ଟାର ଜୁନିୟର ଏନଟିଆରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦେବାରା-୧’ । ଫିଲ୍ମ ରିଲିଜ ହେବାର ଇତି ମଧ୍ୟରେ ୬ଦିନ ବିତିଗଲାଣି । ଏହି ୬ଦିନ ଭିତରେ ଫିଲ୍ମଟି ଜୋରଦାର ଆୟ ମଧ୍ୟ କରିଛି । ବକ୍ସ ଅଫିସରେ ଚଳଚ୍ଚିତ୍ରଟି ପ୍ରତିଦିନ କୋଟି କୋଟି ଟଙ୍କା ଆୟ କରୁଥିବା ବେଳେ ଭାରତରେ ବର୍ତ୍ତମାନ ଏହା ୨୦୦ କୋଟି ପାର କରିଛି ।

ପ୍ରଥମ ଦିନରେ ୮୨ କୋଟି ଟଙ୍କା ଆୟ କରି ବକ୍ସ ଅଫିସରେ ଧୁମ ମଚେଇ ଥିଲା ‘ଦେବରା – ୧’ । ସେହିପରି ଦ୍ୱିତୀୟ ଦିନରେ ଫିଲ୍ମଟି ୩୮.୨ କୋଟି ଟଙ୍କା ରୋଜଗାର କରିଥିବା ବେଳେ ତୃତୀୟ ଦିନରେ ୩୯.୯ କୋଟି ଟଙ୍କା ଆୟ କରିଥିଲା । ସେହିପରି ଚତୁର୍ଥ ଦିନରେ ୧୨.୭୫ କୋଟି ଟଙ୍କା ଆୟ କରିଥିବା ବେଳେ ପଞ୍ଚମ ଦିନରେ ୧୪ କୋଟି ଟଙ୍କା ବ୍ୟବସାୟ କରିଥିଲା। ଏବେ ଷଷ୍ଠ ଦିନର ପ୍ରାରମ୍ଭିକ ଆକଳନ ଅନୁସାରେ ଅପରାହ୍ନ ୫ଟା ସୁଦ୍ଧା ଫିଲ୍ମଟି ୧୩.୮୯ କୋଟି ରୋଜଗାର କରିଛି । ଏଥିସହ ଭାରତରେ ୨୦୦ କୋଟି କ୍ଲବରେ ପ୍ରବେଶ କରିଛି ଦେବାରା-୧ ।

ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଛି ‘ଦେବରା’। ଚଳଚ୍ଚିତ୍ରର ଡ୍ୟାନ୍ସ ଏବଂ ଆକ୍ସନ୍ କୋରିଓଗ୍ରାଫି ବହୁତ ପ୍ରଶଂସା କରାଯାଉଛି । ଏହି ଫିଲ୍ମ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ବହୁତ ପସନ୍ଦ କରାଯାଉଛି । ପାଞ୍ଚଟି ଭାଷାରେ (ତେଲୁଗୁ, ତାମିଲ, ହିନ୍ଦୀ, କନ୍ନଡ ଏବଂ ମାଲାୟାଲମ)ରେ ମୁକ୍ତିଲାଭ କରିଥିବା ଦେବାରା ଘରୋଇ ବକ୍ସ ଅଫିସରେ ମୋଟ ୨୦୧.୨୪ କୋଟି ଟଙ୍କା ରୋଜଗାର କରିଛି। ସେହିପରି ସାରା ବିଶ୍ଵରେ ଫିଲ୍ମଟି ବର୍ତ୍ତମାନ ସୁଦ୍ଧା ୩୦୦ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଆୟ କରିସାରିଲାଣି ।

‘ଦେବରା’ ଫିଲ୍ମକୁ ଦର୍ଶକ ପସନ୍ଦ କରୁଥିବା ବେଳେ ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ନିର୍ଦ୍ଦେଶକ କୋର୍ଟଲା ଶିବା ‘ଦେବରା’ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମରେ ଜୁନିଅର ଏନଟିଆର, ସୈଫ ଅଲି ଖାନ ଏବଂ ଜାହ୍ନବୀ କପୁରଙ୍କୁ ଦେଖିବାକୁ ମିଳିଛି । ତେବେ ଏହି ଫିଲ୍ମ ସହ ପ୍ରଥମ ଥର ପାଇଁ ଜୁନିଅର ଏନଟିଆରଙ୍କ ସହ ଜାହ୍ନବୀ ଓ ସୈଫ ନଜର ଆସିଥିବା ବେଳେ ଏହି ଫିଲ୍ମ ସହ ଉଭୟ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଛନ୍ତି ।

Leave A Reply

Your email address will not be published.