Latest Odisha News

BREAKING NEWS

ଅଭିନେତା ବିଜୟ ଦେବରକୋଣ୍ଡୋ ଦାନ କରିବେ ନିଜର ଅଙ୍ଗପ୍ରତ୍ୟଙ୍ଗ

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡୋ ଆଜି ପୁନର୍ବାର ପ୍ରଶଂସକଙ୍କ ମନ ଜିଣିଛନ୍ତି । ସେ ନେଇଥିବା ଏକ ନିଷ୍ପତିକୁ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି । ବିଜୟ ଘୋଷଣା କରିଛନ୍ତି ଯେ, ତାଙ୍କ ମୃତ୍ୟୁ ପରେ ତାଙ୍କ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଦାନ କରି ଦିଆଯିବ । ଏହା ଦ୍ୱାରା ଅନେକ ବ୍ୟକ୍ତି ଉପକୃତ ହେବେ ବୋଲି ସେ କହିଛନ୍ତି । ତାଙ୍କ ମାଆ ମଧ୍ୟ ଏହି ନିଷ୍ପତି ନେଇଛନ୍ତି । ବିଜୟ ଯେତେବେଳେ ଜଣେ ପ୍ରତିଷ୍ଠିତ ଡାକ୍ତରଙ୍କଠାରୁ ଶୁଣିଲେ ମୃତ୍ୟୁ ପରେ ଶରୀରର ଅନେକ ଅଙ୍ଗ ଅନ୍ୟମାନଙ୍କ କାମରେ ଲାଗିଥାଏ । ସଙ୍ଗେ ସଙ୍ଗେ ସେ ଏହି ପଦକ୍ଷେପ ଗ୍ରହଣ କରିଥିଲେ ।

BjdElectrycity

ଅନ୍ୟମାନଙ୍କୁ ମଧ୍ୟ ସେ ଏଥିନେଇ ପ୍ରୋତ୍ସାହିତ କରିଛନ୍ତି । ଏହା ଦ୍ୱାରା ଆମେ ମୃତ୍ୟୁ ପରେ ମଧ୍ୟ ଅନ୍ୟମାନଙ୍କ ପାଖରେ ବଂଚିପାରିବା ବୋଲି ସେ କହିଛନ୍ତି । ଲାଇଗର ଫିଲ୍ମ ଫ୍ଲପ ହେବା ପରେ ସେ ସାମନ୍ଥା ରୁଥ ପ୍ରଭୂଙ୍କ ସହ ଆଗାମୀ ଫିଲ୍ମ ଶୁଟିଂରେ ବ୍ୟସ୍ତ ରହିଛି ।

Leave A Reply

Your email address will not be published.