Latest Odisha News

BREAKING NEWS

ମାସକ ତଳେ ଫାଇଲ୍ ଫିଙ୍ଗିଥିଲେ ପୌରାଧ୍ୟକ୍ଷା, ଏବେ ଏତଲା ଦେଲେ କାର୍ଯ୍ୟ ନିର୍ବାହୀ ଅଧିକାରୀ

ଯାଜପୁର: କାଟତି ଲଢ଼େଇ, ରାତି ଅଧିଆ ବଦଳିଲେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ । ବ୍ୟାସନଗର ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଉପରକୁ ପୌରାଧ୍ୟକ୍ଷା ଫାଇଲ୍ ଫିଙ୍ଗିବା ଘଟଣାକୁ ନେଇ ଚର୍ଚ୍ଚା ଥମୁନି । ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ରାତି ଅଧିଆ ଖଣ୍ଡପଡ଼ା ବଦଳି କରା ଯାଇଛି । ଅନ୍ୟପଟେ ସ୍ୱାଭିମାନ ଉପରେ ଆଞ୍ଚ ଆସିବା ପରେ ଥାନାରେ ପୌରାଧ୍ୟକ୍ଷାଙ୍କ ବିରୋଧରେ ଏତଲା ଦେଇଛନ୍ତି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ।

BjdElectrycity

ପୌରାଧ୍ୟକ୍ଷା ପୁଣି ଥରେ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟଶୈଳୀ ଓ ମନୋବୃତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ବାୟୋମେଟ୍ରିକ ମେସିନ ସଂଯୋଗ ଓ ମୋବାଇଲ୍ ଟାୱାର ସ୍ଥାପନକୁ ନେଇ ଅଧ୍ୟକ୍ଷା ଓ ଅଧିକାରୀଙ୍କ ମଧ୍ୟରେ ବିବାଦ ପରେ ଫାଇଲ୍ ଫିଙ୍ଗା ଘଟଣାକୁ ବିଜେପି ନିନ୍ଦା କରିଛି । ବିଜେପି ପ୍ରତିବାଦ କରିବା ସହ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳାଙ୍କୁ ଦାବି ପତ୍ର ଦେଇଛି ।

ସୋସିଆଲ୍ ମିଡିଆ ସହ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛିପୌରାଧ୍ୟକ୍ଷାଙ୍କ ଫାଇଲ୍ ଫିଙ୍ଗା ଭିଡିଓ । ତେବେ ଫାଇଲ୍ ଫିଙ୍ଗିବାର ଏକ ମାସ ପରେ କିଏ ଓ କାହିଁକି ଭିଡିଓ ଭାଇରାଲ୍ କଲା ? ଏହା ପଛର ଉଦ୍ଦେଶ୍ୟ କଣ ? ପୌର ନିର୍ବାହୀ ଅଧିକାରୀ କିଛି ବଡ଼ ଯୋଜନାରେ ଅସଫଳ ହେବା ପରେ ଭିଡିଓ ଭାଇରାଲ୍ କରିଛନ୍ତି କି ? ଏବେ ଏମିତି ଅନେକ ପ୍ରଶ୍ନ ବ୍ୟାସନଗର ଜନତାଙ୍କ ମନରେ ଉଙ୍କି ମାରୁଛି ।

Leave A Reply

Your email address will not be published.