କଲମ୍ବୋ : ଶ୍ରୀଲଙ୍କା ବିପକ୍ଷ କଲମ୍ବୋ ଟେଷ୍ଟର ପ୍ରଥମ ଦିନରେ ବାମହାତୀ ବ୍ୟାଟର ଦେବଦତ୍ତ ପଡ଼ିକ୍କଲ ୧୧୭ ରନ୍ର ଏକ ଦମଦାର ଶତକୀୟ ପାରୀ ଖେଳିଛନ୍ତି । ଚଳିତ ସିରିଜ୍ରେ ଏହା ତାଙ୍କର କ୍ରମାଗତ ଦ୍ୱିତୀୟ ଶତକ । ଏହା ପୂର୍ବରୁ ସେ ଗାଲେ ଟେଷ୍ଟରେ ୧୬୭ ରନ୍ ସଂଗ୍ରହ କରିଥିଲେ । ଏଥିସହ ସେ ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହ୍ୱାଗଙ୍କ ଏଲିଟ କ୍ଲବରେ ସାମିଲ ହୋଇଛନ୍ତି । ଗୋଟିଏ ସିରିଜରେ ସେ କ୍ରମାଗତ ଶତକ ହାସଲ କରିଛନ୍ତି ।
ଶ୍ରୀଲଙ୍କା ମାଟିରେ ଗୋଟିଏ ସିରିଜ୍ରେ ୨ଟି ଶତକ ହାସଲ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନମାନେ ହେଲେ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହୱାଗ, ବିନୋଦ କାମ୍ବଲି, ମହମ୍ମଦ ଅଜହରୁଦ୍ଦିନ, ଶିଖର ଧାୱନ, ଚେତେଶ୍ୱର ପୂଜାରା ଓ ଦେବଦତ୍ତ ପଡ଼ିକ୍କଲ । ମାତ୍ର ୪ଟି ଟେଷ୍ଟ ମ୍ୟାଚ୍ର କ୍ୟାରିୟର ମଧ୍ୟରେ ପଡ଼ିକ୍କଲ ୨ଟି ଶତକ ଓ ୧ଟି ଅର୍ଦ୍ଧଶତକ ହାସଲ କରି ଭାରତୀୟ ଟେଷ୍ଟ ଦଳର ୩ ନମ୍ବର ସ୍ଥାନକୁ ନିଜ ନାମରେ ପକ୍କା କରିଛନ୍ତି ।ମ୍ୟାଚ୍ର ପ୍ରାରମ୍ଭିକ ପର୍ୟ୍ୟାୟରେ ୨ଟି ଜୀବନଦାନ ପାଇବା ପରେ ସେ ୧୬୮ ବଲ୍ରୁ ୧୦ଟି ଚୌକା ସହାୟତାରେ ନିଜର ଶତକ ପୂରଣ କରିଥିଲେ ।

