Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କୋଭିଡ୍ ସ୍ଥିତି ଅନୁଧ୍ୟାନ ପାଇଁ ପଶ୍ଚିମ ଓଡ଼ିଶା ଗଲେ ଉନ୍ନୟନ କମିଶନର

ଭୁବନେଶ୍ୱର: ଛତିଶଗଡ଼ ଯୋଗୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବଢୁଛି କରୋନା ସଂକ୍ରମଣ । ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଗତକାଲି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ଆଜି ପଶ୍ଚିମ ଓଡ଼ିଶା ଗସ୍ତ କରିଛନ୍ତି ଉନ୍ନୟନ କମିଶନର ପ୍ରଦୀପ ଜେନା । ପ୍ରଥମେ ଝାରସୁଗୁଡ଼ାରେ ସ୍ଥିତି ଅନୁଧ୍ୟାନ କରିବେ । ପରେ ସୁନ୍ଦରଗଡ଼ ଗସ୍ତରେ ଯିବେ ଉନ୍ନୟନ କମିଶନର ।

ଛତିଶଗଡ଼ ସୀମାନ୍ତରେ ରହିଛି ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା । ଏହି ଦୁଇ ଜିଲ୍ଲାରେ କ୍ରମାଗତ ଦୈନକ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ସୁନ୍ଦରଗଡ଼ରୁ ଆଜି ସର୍ବାଧିକ ୧୪୭ ଓ ଝାରସୁଗୁଡ଼ାରୁ ୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରେ ୬୩୫ଟି କୋଭିଡ୍ ଆକ୍ଟିଭ କେସ୍ ଥିବା ବେଳେ ଝାରସୁଗୁଡ଼ାରେ ଏହି ସଂଖ୍ୟା ରହିଛି ୧୬୬ ।

ଗତକାଲି ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶା ଜିଲ୍ଲାକୁ ଫୋକସ କରିଥିଲେ । ତୃଣମୂଳସ୍ତରରେ କୋଭିଡ୍ ପରିଚାଳନା ବ୍ୟବସ୍ଥାକୁ ପୁନଋକାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପଶ୍ଚିମ ଓଡ଼ିଶାର ଅଧିକ ପ୍ରଭାବିତ ଅଞ୍ଚଳକୁ ମୁଖ୍ୟ ସଚିବ ଓ ବରିଷ୍ଠ ଅଧିକାରୀ ଗସ୍ତ କରି ପରିସ୍ଥିତିର ଅନୁଧ୍ୟାନ କରି ଜରୁରୀ ପଦକ୍ଷେପ ନେବାକୁ କହିଥିଲେ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.