Latest Odisha News

BREAKING NEWS

କଂଗ୍ରେସର ବରିଷ୍ଠ ନେତା ଦେବେନ୍ଦ୍ର ଶର୍ମାଙ୍କ ଆଜି ଅନ୍ତିମ ସଂସ୍କାର

ଭୁବନେଶ୍ୱର: ଆଜି କଂଗ୍ରେସର ବରିଷ୍ଠ ନେତା ଦେବେନ୍ଦ୍ର ଶର୍ମାଙ୍କ ପାର୍ଥିବ ଶରୀରକୁ ପୈତୃକ ଗାଁ ଆଳି ନିଆଯାଇ ଅନ୍ତିମ ସଂସ୍କାର କରାଯିବ।

ସୂଚନା ଅନୁଯାୟୀ, ଏହା ପୂର୍ବରୁ ପାର୍ଥିବ ଶରୀରକୁ କଂଗ୍ରେସ ଭବନକୁ ନିଆଯିବ ଏବଂ ପରେ ବିଧାନସଭାକୁ ନିଆଯିବ। ଯେଉଁଠାରେ ରାଜନେତା ମାନେ ତାଙ୍କର ଶେଷ ଦର୍ଶନ କରିବେ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ୬୬ ବର୍ଷ ବୟସରେ ଭୁବନେଶ୍ଵରର ଏକ ଘରୋଇ ଡାକ୍ତରଖାନାରେ ଶୁକ୍ରବାର ଦେବେନ୍ଦ୍ର ଶର୍ମାଙ୍କ ଦେହାନ୍ତ ହୋଇଥିଲା।ସେ ଦୀର୍ଘ ଦିନ ହେବ କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ। ସେ ୨୦୧୪ରେ ଆଳି ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚିତ ହୋଇଥିଲେ। ସ୍ବର୍ଗତଃ ଦେବେନ୍ଦ୍ର ଶର୍ମା ତୃଣମୂଳ ସ୍ତରରେ ଜଣେ ଭଲ ସଂଗଠକ ଥିଲେ। ସେ କଂଗ୍ରେସ ଟିକେଟ୍‌ରେ ୨୦୧୪ରେ ନିର୍ବାଚିତ ହୋଇଥିଲେ।

ସେ ୧୯୫୯ ମସିହା ମାର୍ଚ୍ଚ ୧୮ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ। ମୟୂରଭଞ୍ଜ ଆଇନ ମହାବିଦ୍ୟାଳୟରୁ ସେ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଏହା ସହିତ ସେ ବିଜ୍ଞାନରେ ମଧ୍ୟ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।

Leave A Reply

Your email address will not be published.