Latest Odisha News

BREAKING NEWS

‘ଲକ୍ଷ୍ମୀ ବମ୍’‌ ଚଳଚ୍ଚିତ୍ରର ନାଁ ପରିବର୍ତ୍ତନକୁ ନେଇ ହିନ୍ଦୁ ସେନାର ଦାବି

ନୂଆଦିଲ୍ଲୀ: ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍’ ବିଷୟରେ ଅନେକ ଚର୍ଚ୍ଚା ଲାଗି ରହିଛି। ଦେଶର ଅନେକ ସଂସ୍ଥା ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରୁଛନ୍ତି। କାହାକୁ ଫିଲ୍ମ ଟାଇଟଲ୍‌କୁ ନେଇ ସମସ୍ୟା ହେଉଛି ଆଉ କାହାକୁ ଫିଲ୍ମର ବିଷୟବସ୍ତୁକୁ ନେଇ ସମସ୍ୟା ହେଉଛି। ବର୍ତ୍ତମାନ ଜାତୀୟ ହିନ୍ଦୁ ସେନା ମଧ୍ୟ ଏହି ଫିଲ୍ମର ଟାଇଟଲ୍‌ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ଦାବି କରିଛନ୍ତି।
ଜାତୀୟ ହିନ୍ଦୁ ସେନା ପକ୍ଷରୁ ‘ଲକ୍ଷ୍ମୀ ବମ୍’‌ ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଏକ ଚିଠି ଲେଖାଯାଇଛି। ଏହି ଚିଠିରେ ଚେତାବନୀ ଦିଆଯାଇଛି ଯେ ରିଲିଜ୍ ସମୟରେ ଯଦି ଫିଲ୍ମର ନାମ ପରିବର୍ତ୍ତନ ନହୁଏ, ତେବେ ସେମାନଙ୍କର କାର୍ଯ୍ୟକର୍ତ୍ତାମାନେ ପ୍ରତ୍ୟେକ ସିନେମା ଘର ବାହାରେ ବିରୋଧ କରିବେ।

ହିନ୍ଦୁ ସେନାର ଜାତୀୟ ସଭାପତି ବିଷ୍ଣୁ ଗୁପ୍ତା ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଟ୍ୱିଟ୍‌ରେ ଲେଖାଯାଇଛି, ଫିଲ୍ମ ହିନ୍ଦୁ ଦେବୀ ଲକ୍ଷ୍ମୀଙ୍କୁ ଅପମାନିତ କରୁଥିବାରୁ ‘ଲକ୍ଷ୍ମୀ ବମ୍’ ର ନିର୍ମାତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେ ଦାବି କରିଛୁ।

ଏଥି ସହିତ ହିନ୍ଦୁ ସମ୍ପ୍ରଦାୟକୁ ଉତ୍ତେଜିତ କରିବା ପାଇଁ ନିର୍ମାତାମାନେ ଫିଲ୍ମର ଟାଇଟଲ୍‌ ‘ଲକ୍ଷ୍ମୀ ବମ୍’ ଦେଇଛନ୍ତି ବୋଲି ଚିଠିରେ କୁହାଯାଇଛି। ତାଙ୍କ କହିବାନୁସାରେ, ଲକ୍ଷ୍ମୀଙ୍କ ସାମ୍ନାରେ ବମ୍‌ ଶବ୍ଦ ବ୍ୟବହାର କରିବା ଗ୍ରହଣୀୟ ନୁହେଁ। ଲକ୍ଷ୍ମୀ ଯାହାଙ୍କୁ ପୂଜା କରାଯାଏ, ତାଙ୍କୁ ସମ୍ମାନ ଦିଆଯା ଏବଂ ତାଙ୍କ ନାମ ସାମ୍ନାରେ ଏକ ବମ୍‌ ଶବ୍ଦ ପ୍ରୟୋଗ କରିବା ଅତ୍ୟନ୍ତ ନିନ୍ଦନୀୟ।

ହିନ୍ଦୁ ସେନା ଦ୍ୱାରା ଏହା ମଧ୍ୟ ଦାବି କରାଯାଉଛି ଯେ ଅକ୍ଷୟଙ୍କ ଅଭିନୀତ ‘ଲକ୍ଷ୍ମୀ ବମ୍’ ଚଳଚ୍ଚିତ୍ର ଲଭ୍ ଜିହାଦ୍‌କୁ ପ୍ରୋତ୍ସାହିତ କରୁଛି। ଏହି ଚଳଚ୍ଚିତ୍ରରେ ଜଣେ ହିନ୍ଦୁ ପୁଅ ଜଣେ ମୁସଲମାନ ଝିଅକୁ ଭଲପାଉଥିବା ଦେଖାଯାଇଛି। ଏହା ଆଧାରରେ ସମଗ୍ର ହିନ୍ଦୁ ସେନା ପକ୍ଷରୁ ଏହି ଚଳଚ୍ଚିତ୍ରକୁ ବଏକଟ୍ କରିବାକୁ ଏକ ନିବେଦନ କରାଯାଇଛି।

Leave A Reply

Your email address will not be published.