Latest Odisha News

BREAKING NEWS

ସୌରଭ ଗାଙ୍ଗୁଲିଙ୍କ ୨୫ ବର୍ଷ ପୁରୁଣା ରେକର୍ଡ ସହ ସମକକ୍ଷ ହେଲେ ନ୍ୟୁଜିଲାଣ୍ଡର କନୱେ

ଲର୍ଡ୍ସ:ନ୍ୟୁଜିଲାଣ୍ଡର ଓପନର ଡେୱେନ କନୱେ ପଦାର୍ପଣ ଟେଷ୍ଟ ମ୍ୟାଚରେ ଇତିହାସ ରଚିଛନ୍ତି । ଲର୍ଡ୍ସରେ ତୃତୀୟ ବିଦେଶୀ ବ୍ୟାଟ୍ସମ୍ୟାନ ଭାବେ ସେ ଏହି କୀତିମାନ ସ୍ଥାପନ କରିଛନ୍ତି । ୧୯୮୩ରେ ହ୍ୟାରୀ ଗ୍ରାହାମ ଏବଂ ୧୯୯୬ରେ ଭାରତର ସୌରଭ ଗାଙ୍ଗୁଲି ଏଠାରେ ପଦାର୍ପଣ ଟେଷ୍ଟରେ ଶତକ ହାସଲ କରିଥିଲେ ।

ଏଥିସହ ନ୍ୟୁଜିଲାଣ୍ଡର ୧୨ତମ ଖେଳାଳି ଭାବେ ପ୍ରଥମ ମ୍ୟାଚରେ ସେ ଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ଚଳିତ ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ନ୍ୟୁଜିଲାଣ୍ଡ ୩ ଉଇକେଟ ବିନିମୟରେ ୨୪୬ ରନ ସଂଗ୍ରହ କରି ଭଲ ସ୍ଥିତିରେ ରହିଛି । କନୱେ ୧୩୬ ଓ ହେନେରୀ ନିକୋଲସ ୪୬ ରନରେ ଅପରାଜିତ ଅଛନ୍ତି ।

Comments are closed.