Latest Odisha News

BREAKING NEWS

ସ୍ତ୍ରୀକୁ ପଥରରେ ଛେଚି ମାରିବା ପରେ ଜୀବନ ହାରିଦେଲା ସ୍ୱାମୀ

ଗଞ୍ଜାମ: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବେଢ଼ାଛେଲୁ କୁମ୍ଭାରସାହିରେ ଏହି ଘଟଣା ଘଟିଛି । ଗତକାଲି ରାତିରେ ଘଟିଛି ଏହି ଘଟଣା । ମୃତକ ହେଲେ ଗାଁର ପ୍ରଶାନ୍ତ ମୁଦୁଲି ଓ ତାଙ୍କ ସ୍ତ୍ରୀ ଝିଲି ମୁଦୁଲି । ପଥରରେ ଝିଲିଙ୍କୁ ଛେଚି ହତ୍ୟା କରିବା ପରେ ନିଜେ ପ୍ରଶାନ୍ତ ଫାଶୀ ଲଗାଇ ଦେଇଥିଲେ ।

ଅଭିଯୋଗ ହୋଇଛି, ବିଭିନ୍ନ ସମୟରେ ପ୍ରଶାନ୍ତ ଓ ଝିଲିଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲା । ଗତକାଲି କୌଣସି କାରଣକୁ ନେଇ ଦୁହିଁଙ୍କ ଭିତରେ ହୋଇଥିଲା ପାଟିତୁଣ୍ଡ । ଏଥିରେ ଉତକ୍ଷିପ୍ତ ହୋଇ ପ୍ରଶାନ୍ତ ଝିଲିଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ । ପରେ ନିଜେ ଆତ୍ମହତ୍ୟା କରିଥିଲେ । ଆଜି ସକାଳେ ମୃତଦେହ ଦେଖି ପରିବାର ଓ ପଡୋଶୀ ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ଅଧିକ ଖୋଳତାଡ ଜାରି ରଖିଛି । ପାରିବାରିକ କଳହରୁ ଏହି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି ପୋଲିସ । ପ୍ରଶାନ୍ତ ଓ ଝିଲିଙ୍କର ୧୮ ବର୍ଷର ପୁଅ ଓ ୧୩ ବର୍ଷର ଝିଅ ଅଛି ।

Leave A Reply

Your email address will not be published.