ସୁବର୍ଣ୍ଣପୁର: ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଅତୁଟ ବନ୍ଧନ । ଭକ୍ତର ଭାବ ଡୋରିରେ ବନ୍ଧା ମହାପ୍ରଭୁ । ସେହି ଭାବ ଡୋରିକୁ କେହି କାଟି ପାରିବେନି । ସେ ପବନ ହେଉ କି ଝାଞ୍ଜି ଖରା । ଲକ୍ଷେ ପ୍ରତିବନ୍ଧକ ସାଜିଲେ ବି ମହାପ୍ରଭୁଙ୍କ ଦର୍ଶନ କରିବାକୁ ଅଟାକାଇ ପାରିବନି । ଏ ତ ଭକ୍ତ ଆଉ ଭଗବାନଙ୍କ ସମ୍ପର୍କ ।
ଜଗତର ନାଥ ଜଗନ୍ନାଥ କାହାକୁ କେମିତି ଯେ ଡୋରି ଲଗେଇବେ ସେକଥା କେହି ଜାଣିନାହାନ୍ତି । ବଡ ଠାକୁର ସିଏ କେବଳ ଓଡିଆଙ୍କର ହୋଇ ରହି ନାହିଁ ସାରା ଜଗତର ନାଥ ସିଏ । ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ସୁଦୁର ରାଜସ୍ଥାନରୁ ଵାହାରି ବିନିକା ପର୍ଯ୍ୟନ୍ତ ପହଞ୍ଚିଛନ୍ତି ଜଣେ ଭକ୍ତ । ରାଜସ୍ଥାନର ମାଧୋପୁର ଜିଲ୍ଲା ରେଣ୍ଡାୟଲ ଗାଁର ବିଜୟ ଗୁଜ୍ଜର ।
ବିଜୟ ରାଜସ୍ଥାନରୁ ପୁରୀ ଖାଲି ପାଦରେ ଚାଲି ଚାଲି ଯାଉଥିବା ବେଳେ ଏଵେ ବିନିକା ପହଞ୍ଚିଛନ୍ତି। ରାଜସ୍ଥାନରୁ ବାହାରି ମଧ୍ୟପ୍ରଦେଶ ଗୁଆଲିୟର, ଝାନସି ଦେଇ ଓଡିଶାର ବରପାଲି, ରାମପୁର, ବିନିକା, ସୋନପୁର ଜଗନ୍ନାଥ ପଥଦେଇ ପୁରୀ ଯିବେ ଵିଜୟ ।
ବିଜୟ ଗୁଜ୍ଜର ୨୦୨୨ ଡିସେମ୍ବର ୭ ତାରିଖରେ ଆରମ୍ଭ କରି ଆଜିକୁ ୫ ମାସ ୩ ଦିନ ଅତିକ୍ରମ କରି ସୁଦୁର ରାଜସ୍ଥାନରୁ ବାହାରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ପର୍ଯ୍ୟନ୍ତ ପହଞ୍ଚିଛନ୍ତି । ପ୍ରଚଣ୍ଡ ଖରା ବର୍ଷା କିଛି ବି ତାଙ୍କୁ ପଥରୁ ହଟାଇ ପାରିନାହିଁ । ବର୍ତ୍ତମାନ ସମୟରେ ଖରାର ତାତି ପାଇଁ ଲୋକେ ଘରୁ ବାହାରକୁ ବାହାରୁ ନାହାଁନ୍ତି । ହେଲେ ଏହି ଭଳି ଖରାକୁ ଖାତିର ନକରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଭକ୍ତି ମନରେ ଆଗେଇ ଚାଲୁଛନ୍ତି ବିଜୟ ।
Comments are closed.