Latest Odisha News

BREAKING NEWS

୬ ବର୍ଷ ପରେ ଫ୍ଲାଟରୁ ଉଦ୍ଧାର ହେଲା ବ୍ୟକ୍ତିଙ୍କ କଙ୍କାଳ : ଅଟୋ ଡେବିଟ୍ ମାଧ୍ୟମରେ ନିୟମିତ ଦେଉଥିଲେ ଘର ଭଡା

ବ୍ରିଟେନ: ଆଜିକାଲି ମଣିଷ ବହୁତ ବ୍ୟସ୍ତ ହୋଇପଡିଛି । ତାଙ୍କର ପ୍ରିୟ ଲୋକଙ୍କ ପାଇଁ ଟିକେ ବି ସମୟ ନାହିଁ । ଏପରି ପରିସ୍ଥିତିରେ, ଘର ମାଲିକମାନେ ସେମାନଙ୍କର ଭଡ଼ାଟିଆମାନଙ୍କୁ କିପରି ବା ଜାଣିବେ । ଯେପର୍ଯ୍ୟନ୍ତ ଆକାଉଣ୍ଟରେ ଭଡା ଆସୁଛି, ସେ ପର୍ଯ୍ୟନ୍ତ ମାଲିକମାନେ ଭଡ଼ାଟିଆମାନଙ୍କୁ ଦେଖା କରିବାକୁ ଯାଆନ୍ତି ନାହିଁ । କିନ୍ତୁ ଆମେ ଏମିତି ଜଣେ ଭଡ଼ାଟିଆଙ୍କ ବିଷୟରେ କହିବୁ, ଯାହାଙ୍କ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

BjdElectrycity

ବ୍ରିଟେନ ସହରରେ ଥିବା ବୋଲ୍ଟନ ଫ୍ଲାଟରେ ରୋବର୍ଟ ଆଲଟୋ ନାମକ ଜଣେ ଅବସରପ୍ରାପ୍ତ କର୍ମଚାରୀ ଭଡ଼ାରେ ରହୁଥିଲେ । ମାସ ପୂରିବା ପୂର୍ବରୁ ଏହି ବ୍ୟକ୍ତି ଜଣକ ଘର ମାଲିକଙ୍କୁ ଭଡ଼ା ଦେଉଥିଲେ । ତେଣୁ ଘରମାଲିକ ଆସିବାର କୌଣସି ଆବଶ୍ୟକତା ପଡ଼ୁ ନ ଥିଲା । ନିକଟରେ ଗ୍ୟାସ ଯୋଗାଣ ସଂଯୋଗ ଯାଞ୍ଚ କରିବାକୁ ଘର ମାଲିକ ତାଙ୍କ ଫ୍ଲାଟକୁ ଆସିଥିଲେ । କବାଟ ଯେତେ ବାଡ଼େଇଲେ ବି ଭିତରୁ କେହି ଖୋଲିଲେ ନାହିଁ । ବାଧ୍ୟ ହୋଇ ପୋଲିସକୁ ଖବର ଦେଲେ । ଆଉ ପୋଲିସ ଆସି କବାଟ ଭାଙ୍ଗି ଭିତରେ ଯାହା ଦେଖିଲା ତାହା ସମସ୍ତଙ୍କୁ ଚମକାଇ ଦେଲା ଭଳି ।

ଘର ଭିତରେ ଏକ ସୋଫା ଉପରେ ରୋବର୍ଟଙ୍କ କଙ୍କାଳ ବସି ରହିଥିଲା । ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଲା ଯେ, ୨୦୧୭ ମସିହାରୁ ତାଙ୍କର ମୃତ୍ୟୁ ହୋଇସାରିଛି । ତାଙ୍କ ଶରୀରକୁ ଦେଖି ପୋଲିସ ଏହା ଅନୁମାନ କରିଥିଲା । ପୋଲିସ କଙ୍କାଳକୁ ଜବତ କରି ବ୍ୟବଚ୍ଛେଦ ପାଇ ପଠାଇବା ସହ ଅଧିକ ତଦନ୍ତ ଚଳାଇଛି । ତଦନ୍ତ ପରେ ଜଣାପଡ଼ିବ ରୋବର୍ଟଙ୍କ କେବେ ମୃତ ହୋଇଛି ।

ଘରମାଲିକଙ୍କ କହିବା କଥା, ସେ ଗତ ୬ ବର୍ଷ ଧରି ଲଗାତାର ଭଡା ଦେଉଥିଲେ । ଏହି କାରଣରୁ ଏଥିରେ କୌଣସି ସନ୍ଦେହ ନ ଥିଲା । ଅଟୋ ଡ଼େଭିଟ୍ ଦ୍ୱାରା ଘରଭଡ଼ା ଟ୍ରାନ୍ସଫର ହେଉଥିଲା ବୋଲି ଏବେ ଜାଣିବାକୁ ପାଇଲି । ପଡ଼ିଶା ଘର ଲୋକଙ୍କ କହିବା କଥା, ଏଠାରେ ରୋବର୍ଟ ରହିବା ଦିନଠାରୁ କାହାସହିତ କଥା ହୁଅନ୍ତି ନାହିଁ । ଘରର କୌଣସି ଜିନିଷ ଆବଶ୍ୟକ ପଡ଼ିଲେ ସେ ତଳକୁ ଯାଇ ଆଣନ୍ତି । ଆମେ କେବଳ ସେତିକି ଦେଖିଛୁ । ୬ ବର୍ଷ ହେଲାଣି ଆମେ ଆଉ ତାଙ୍କୁ ଦେଖିବାକୁ ପାଇନାହୁଁ । ଆମର ଧାରଣା ଥିଲା ସେ କେଉଁ ସମ୍ପର୍କୀୟଙ୍କ ଘରକୁ ଯାଇଛନ୍ତି । ଯେହେତୁ ସେ ଏଠାରେ କାହା ସହ କଥା ହୁଅନ୍ତି ନାହିଁ, ତେଣୁ ସେ କୁଆଡ଼େ ଗଲେ ସେଥିରେ ଆମେ ଗୁରୁତ୍ୱ ଦେଇ ନ ଥିଲୁ ।

Leave A Reply

Your email address will not be published.