ଢେଙ୍କାନାଳ:ସରାଙ୍ଗରେ ବ୍ରାହ୍ମଣୀ ନଦୀ କୂଳରେ ରହିଛି ଭଗବାନ ବିଷ୍ଣୁଙ୍କର ଶୟନ ମୂର୍ତ୍ତି । ନିକଟରେ ବିଷ୍ଣଙ୍କର ଏକ ମନ୍ଦିର ରହିଥିବା ବେଳେ ନଦୀ କୂଳରେ ବିରାଜମାନ ଶୟନ ମୂର୍ତ୍ତି । ତେବେ ଏହା ଏକ ପର୍ଯ୍ୟଟନସ୍ଥଳୀ ଭାବେ ମଧ୍ୟ ଜଣାଶୁଣା । ପ୍ରତିଦିନ ଦୂରଦୂରାନ୍ତରୁ ଲୋକେ ଏହି ସ୍ଥାନକୁ ଆସିଥାନ୍ତି । ହେଲେ କରୋନା କଟକଣା ଯୋଗୁ ଜନ ଶୂନ୍ୟ ହୋଇପଡିଛି ଏହି ଅଞ୍ଚଳ । ବିଷ୍ଣୁଙ୍କର ପୂଜା ମଧ୍ୟ ବନ୍ଦ ରହିଛି ଏହି ସମୟରେ ।
ମନ୍ଦିର ନିକଟରେ ବିଶାଳକାୟ ବିଷ୍ଣୁ ମୂର୍ତ୍ତି ଶୟନ ଅବସ୍ଥାରେ ରହିଛି । ବିଶ୍ୱାସ ରହିଛି ତହା ରାଜାରାଜୁଡା ଅମଳରୁ ତିଆରି ହୋଇଥିଲା । ପରଜଙ୍ଗର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ବହିଲେ ବି ଅତ୍ୟୁକ୍ତି ହେବନି । ସରାଙ୍ଗରେ ବ୍ରାହ୍ମଣୀ ନଦୀ ଗର୍ଭରେ ରହିଛି ଏହି ବିଶାଳ ବିଷ୍ଣୁଙ୍କ ମୂର୍ତ୍ତିା ଯାହାର ଲମ୍ବ ୫୧ଫୁଟ ଓ ଓସାର ୨୩ଫୁଟ ରହିଛି । ଚାରି ହାତରେ ରହିଛି ଶଙ୍ଖ ଚକ୍ର ଗଦା ପଦ୍ମ । ଅନନ୍ତ ସର୍ପ ଘେରା ବିଷ୍ଣୁଙ୍କ ମୂର୍ତ୍ତିକୁ ପୂଜା ମଧ୍ୟ କରାଯାଇଥାଏ । ଏନେଇ ଲୋକଙ୍କ ମନରେ ରହିଛି ବିଶ୍ୱାସ । ଆଉ ଏହି ବିଶ୍ୱାସ ଆଧାରରେ ଦୂରଦୂରାନ୍ତରୁ ଲାଗିଥାଏ ଭିଡା ହେଲେ ଏବେ ବି ସେହି ପୀଠ ଖାଁ ଖାଁ ଲାଗୁଛି । କରୋନା କଟକଣା ଯୋଗୁ କେବଳ ନଦୀ ପାଣି ବିଷ୍ଣୁଙ୍କୁ ସ୍ପର୍ଶ କରି ଫେରିଯାଉଛି । କୌଣସି ଶ୍ରଦ୍ଧାଳୁ କି ପର୍ଯ୍ୟଟକଙ୍କ ଆସିବା ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଛି । ତେବେ କରୋନା କମିବା ପରେ ଯାଇ ଏହି ସ୍ଥାନ ପୁଣି ଚଳଚଞ୍ଚଳ ହୋଇଉଠିବ । ଆଉ ପୁଣି ଥରେ ପୂଜା ପାଇବେ ଭଗବାନ ବିଷ୍ଣୁ.. …
BREAKING NEWS
- ସମ୍ବଲପୁରରେ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିିନିକିଆ ପୂର୍ବରୁ ରିଷଭ ପନ୍ତ ଆଘାତପ୍ରାପ୍ତ
- Naveen Patnaik: ମଣ୍ଡି ଅବ୍ୟବସ୍ଥା ନେଇ ସରକାରଙ୍କ ଉପରେ ବର୍ଷିଲେ ନବୀନ; ‘ରାଜ୍ୟରେ ଧାନ ସଂଗ୍ରହ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି’
- School Dropouts: ସ୍କୁଲ ଡ୍ରପ୍ଆଉଟ୍ ରୋକିବାକୁ ଏହି ବଡ଼ ପଦକ୍ଷେପ ନେଲେ ରାଜ୍ୟ ସରକାର
- ଟି୨୦ ବିଶ୍ୱକପ ଟିମରେ ଚୟନ ନ ହେବା ପରେ କଣ କହିଲେ ଶୁଭମନ ଗିଲ
- Doval To Youth: “ଇତିହାସ ଆମକୁ ଚ୍ୟାଲେଞ୍ଜ କରେ, ଆମକୁ ପ୍ରତିଶୋଧ ନେବାକୁ ପଡିବ…”, ଦେଶର ଯୁବପିଢ଼ିଙ୍କ ମଧ୍ୟରେ ହୁଙ୍କାର ଭରିଲେ NSA ଡୋଭାଲ
- ବଜାରକୁ ଆସିଲା ଡିଜିଟାଲ ନେଲ୍: ୫ ସେକେଣ୍ଡରେ ବଦଳିଯିବ ନଖର ରଙ୍ଗ ଓ ଡିଜାଇନ୍
- ରାଉରକେଲାରେ ବିମାନ ଦୁର୍ଘଟଣା: ଆହତଙ୍କୁ ତୁରନ୍ତ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
- World Hindi Day 2026: କେବଳ ନୁହେଁ ଭାରତ, ଏହି ଦେଶରେ ବି ମୁଖ୍ୟ ଭାଷା ହିନ୍ଦୀ, ସରକାରୀ କାର୍ଯ୍ୟାଳୟରେ ଏହି ଭାଷାରେ ହୁଏ କାମ…
- ‘ଇଗ୍ନୋ’ ଜାନୁଆରୀ ୨୦୨୬ ଶିକ୍ଷା ସତ୍ର ପାଇଁ ନାମଲେଖା ଆରମ୍ଭ
Comments are closed.