Latest Odisha News

BREAKING NEWS

ସଂକ୍ରମଣର ସବୁ ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର, ବିଏମସିରୁ ୧୧୧୯ ଜଣ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ପ୍ରତିଦିନ କରୋନା ନୂଆ ନୂଆ ରେକର୍ଡ କରୁଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୪ ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୧ ହଜାର ୧୧୯ ଜଣ ବିଏମସି ଅଞ୍ଚଳରୁ । ଭୁବନେଶ୍ୱରରୁ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୭୫ଟି ମାମଲା କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୯୪୪ଟି କେସ୍ ସ୍ଥାନୀୟ ସଂକ୍ରମଣ । ଏନେଇ ବିଏମସି ସୂଚନା ଦେଇଛି ।

ଭୁବନେଶ୍ୱରରେ ଦୈନିକ ସଂକ୍ରମଣ ମାମଲା ବଢ଼ି ଚାଲିଥିବା ବେଳେ ବେଶି ଚିନ୍ତା ବଢ଼ାଇଛି ସ୍ଥାନୀୟ ମାମଲା । କାରଣ ଦୈନିକ ଚିହ୍ନଟ ସଂକ୍ରମିତରୁ ପ୍ରାୟ ୮୦ ପ୍ରତିଶତ ପଜିଟିଭ୍ କେସ୍ ସ୍ଥାନୀୟ ସଂକ୍ରମିତ । ଏହାକୁ ଦେଖି ବିଏମସି ପକ୍ଷରୁ କଟକଣାକୁ କଡ଼ାକଡ଼ି କରାଯାଉଛି । ବିଶେଷକରି ମାର୍କେଟ୍ ଗୁଡ଼ିକରେ ରେଡ୍ କରି କୋଭିଲ୍ ନିୟମ ଉଲ୍ଲଂଂଘନ ପାଇଁ ଦୋକାନକୁ ଜରିମାନା କରି ସିଲ୍ କରୁଛି ବିଏମସି ।

Leave A Reply

Your email address will not be published.