Latest Odisha News

BREAKING NEWS

ମନ୍ଦିରରେ ଲମ୍ବା ଲାଇନରୁ ମିଳିବ ମୁକ୍ତି; କ୍ୟୁଆର କୋଡ ସ୍କାନ କଲେ ବାହାରିବ ପ୍ରସାଦ

ଉଜ୍ଜୈନ: ମଧ୍ୟପ୍ରଦେଶର ଉଜ୍ଜୈନ ସ୍ଥିତ ମହାକାଳେଶ୍ୱର ମନ୍ଦିରରେ ଏପରି ସୁବିଧା ହେବାକୁ ଯାଉଛି ସ୍ବଂୟଚାଳିତ ଭେଣ୍ଡିଂ ମେସିନରୁ ବାହାରିବ ପ୍ରସାଦ । ଆଉ ପ୍ରସାଦ ପାଇଁ ଦୀର୍ଘ ସମୟ ଧରି ଲମ୍ବା ଲାଇନ୍ ରେ ଠିଆ ହେବାକୁ ପଡିବନି । ମନ୍ଦିରରେ ଏଟିଏମ୍ ପରି ମେସିନ୍ ଲଗାଯାଉଛି । କେବଳ କ୍ୟୁଆର କୋଡ ସ୍କାନ କଲେ କିମ୍ବା ନଗଦ ଟଙ୍କା ପକାଇଲେ ଲଡୁ ପ୍ୟାକେଟ୍ ବାହାରିବ ।

ତେବେ ଏପରି କରିବାରେ ଦେଶର ପ୍ରଥମ ମନ୍ଦିର ଭାବେ ପରିଗଣିତ ହେବ ମହାକାଳ ମନ୍ଦିର ।

ମହାକାଳେଶ୍ବର ମନ୍ଦିରର ପ୍ରବନ୍ଧ ସମିତି ଅଧ୍ୟକ୍ଷ ତଥା ଜିଲ୍ଲା କଲେକ୍ଟର ନୀରଜ କୁମାର ସିଂହଙ୍କ ସୂଚନା ମୁତାବକ, ଭକ୍ତମାନେ କ୍ୟୁଆର୍ କୋଡ୍ ସ୍କାନ କରି ଟଙ୍କା ଦେବା ପରେ ମେସିନରୁ ଲଡୁ ପ୍ରସାଦର ଏକ ପ୍ୟାକେଟ୍ ବାହାରିବ । ଏଥିପାଇଁ କୋଏମ୍ବାଟୁରର 5G ଟେକ୍ନୋଲୋଜି ନାମକ ଏକ କମ୍ପାନୀକୁ ଏକ ସ୍ୱୟଂଚାଳିତ ମେସିନ୍ ଲଗାଇବାକୁ ମନ୍ଦିର କମିଟି ନିର୍ଦ୍ଦେଶ ଦେଇଛି ।

ଶ୍ରଦ୍ଧାଳୁ ମାନେ ଉକ୍ତ ମେସିନ୍ ରୁ ୫୦୦ ଗ୍ରାମ, ୨୦୦ ଗ୍ରାମ ଏବଂ ୧୦୦ଗ୍ରାମ ଲଡୁ ପ୍ୟାକେଟ୍ ପାଇପାରିବେ । ଭକ୍ତମାନେ ୫୦ ଟଙ୍କା ଦେଇ ୧୦୦ ଗ୍ରାମ ପ୍ୟାକେଟ, ୧୦୦ ଟଙ୍କାରେ ୨୦୦ ଗ୍ରାମ୍ ପ୍ୟାକେଟ, ଏବଂ ୨୦୦ ଟଙ୍କା ଦେଇ ପାଇଁ ୫୦୦ ଗ୍ରାମ ପ୍ୟାକେଟ୍ ଏବଂ ଏକ କିଲୋ ଲଡୁ ୪୦୦ ଟଙ୍କା ଦେଇ ପାଇପାରିବେ । ଖୁବ୍‌ ଶୀଘ୍ର ମନ୍ଦିରରେ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି ସେ କହିଛନ୍ତି ।

୨୦୨୧ ମସିହାରେ ଲଡୁ ପ୍ରସ୍ତୁତ କ୍ଷେତ୍ରରେ ମହାକାଳେଶ୍ୱର ମନ୍ଦିରକୁ ସ୍ବଚ୍ଛତା ଦୃଷ୍ଟିରୁ ୫ ଷ୍ଟାର ରେଟିଂ ମିଳିଥିଲା । ଏପରି ରେଟିଂ ପାଇବାରେ ଏହା ସମ୍ଭବତଃ ଦେଶର ପ୍ରଥମ ଧାର୍ମିକ ଅନୁଷ୍ଠାନ । ଏଥିନିମନ୍ତେ ଭାରତ ସରକାରଙ୍କ ଏଫଏସଏସଆଇ ଦ୍ୱାର ଏହି ମନ୍ଦିରକୁ ସେଫ୍‌ ‘ଭୋଗ ପ୍ଲେସ୍‌’ ପ୍ରମାଣପତ୍ର ପ୍ରଦାନ କରିଛି ।

Comments are closed.