Latest Odisha News

BREAKING NEWS

ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରଥମ ହୋଲି, ଭକ୍ତ ଓ ଭଗବାନଙ୍କ ପ୍ରସ୍ତୁ ହେଉଛି ୫୬ ଭୋଗ

ଅଯୋଧ୍ୟା: ଗତ ୨-୩ ଦିନ ଧରି ଅଯୋଧ୍ୟା ରାମ ମନ୍ଦିର ଲୋକମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ପ୍ରଭୁ ଶ୍ରୀରାମଲାଲାଙ୍କ ସହ ଦୀର୍ଘ ୪୯୫ ପରେ ହୋଲି ଖେଳିବାକୁ ଭକ୍ତମାନେ ବ୍ୟାକୁଳ । ରାମ ମନ୍ଦିର ଟ୍ରଷ୍ଟ ଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ଭକ୍ତଙ୍କ ସୁରକ୍ଷା ଏବଂ ସୁବିଧା ପାଇଁ ବିଭିନ୍ନ ପ୍ରକାରର ବ୍ୟବସ୍ଥା କରିଛନ୍ତି । ପ୍ରାଣ ପ୍ରତିଷ୍ଠା ପର ଠାରୁ ଏଯାବତ୍ ଦିନକୁ ପ୍ରାୟ ଦୁଇ ଲକ୍ଷ ଲୋକ ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାକୁ ଆସୁଛନ୍ତି । ଚଳିତ ବର୍ଷର ରାମଲାଲାଙ୍କର ଅଯୋଧ୍ୟା ରାମ ମନ୍ଦିରରେ ପ୍ରଥମ ହୋଲି । ବସନ୍ତ ପଞ୍ଚମି ପରଠାରୁ ରାମଲାଲାଙ୍କ ଶ୍ରୀମୁଖରେ ଅଭିର ଲଗାଯାଉଛି । ଆସନ୍ତାକାଲିର ହୋଲି ଉତ୍ସବ ଅଯୋଧ୍ୟା ରାମମନ୍ଦିର ପାଇଁ ଅବିସ୍ମରଣୀୟର ଦିନ ହେବ ବୋଲି କହିଛି ମନ୍ଦିର ଟ୍ରଷ୍ଟ ।

ହୋଲି ଅବସରରେ ପ୍ରଭୁ ରାମଲାଲାଙ୍କୁ ରଙ୍ଗ ବେରଙ୍ଗର ପୋଷାକ ପିନ୍ଧାଯାଉଛି । ଫୁଲ ଏବଂ ରେଶମ ପୋଷାକରେ ଅତି ସୁନ୍ଦର ଭାବରେ ରାମଲାଲାଙ୍କ ବିଗ୍ରହକୁ ସଜାଯାଉଛି । ଲକ୍ଷ ଲକ୍ଷ ଭକ୍ତଙ୍କ ସହ ପ୍ରଭୁ ଫୁଲ ଏବଂ ଅଭିରରେ ହୋଲି ଖେଳିବେ । ରାମଲାଲାଙ୍କ ପ୍ରଥମ ହୋଲି ଉତ୍ସବ ଅବସରରେ ୫୬ ଭୋଗ ଲାଗି କରାଯିବ । ବିଭିନ୍ନ ପ୍ରକାରର ପିଠା, ମିଠା, ଖିରୀ ଆଦି ପ୍ରଭୁ ରାମଲାଲାଙ୍କ ପାଖରେ ଭୋଗ ଲଗାଯିବ । ପରେ ଏହି ୫୬ ଭୋଗକୁ ଭକ୍ତଙ୍କୁ ପ୍ରସାଦ ଭାବରେ ବଣ୍ଟନ କରାଯିବ ବୋଲି କହିଛି ମନ୍ଦିର ଟ୍ରଷ୍ଟ ବୋର୍ଡ ।

ସେପଟେ ଫଗୁଣ ମାସ ଆରମ୍ଭ ହେବା ଦିନଠାରୁ ପ୍ରତିଦିନ ରାମଲାଲାଙ୍କ ପାଖରେ ଫଗୁଣ ସଙ୍ଗୀତ ଗାନ କରାଯାଉଛି । ଏହି ବର୍ଷ ଅଯୋଧ୍ୟାରେ ଖୁବ ଧୁମାଧାମରେ ହୋଲି ଉତ୍ସବ ପାଳନ କରାଯିବ । ଫଗୁଣ ଗୀତରେ ରାମ ମନ୍ଦିରଠାରୁ ସରଜୁ ଘାଟ ପ୍ରକମ୍ପିତ ହେଉଛି । ସାଧୁ ସନ୍ୟାସୀଙ୍କ ଠାରୁ ଆରମ୍ଭ କରି ଦେଶ ବିଦେଶରୁ ଅନେକ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି ।

Leave A Reply

Your email address will not be published.