Latest Odisha News

BREAKING NEWS

ଆଜି ପବିତ୍ର ଅଁଳା ନବମୀ, ଶ୍ରୀରାଧା ପାଦ ଦର୍ଶନ ଲାଗି ସାକ୍ଷୀଗୋପାଳ ଚଳଚଞ୍ଚଳ

ସାକ୍ଷୀଗୋପାଳ: ଆଜି ହେଉଛି ପବିତ୍ର ଅଁଳା ନବମୀ, ଏହି ପବିତ୍ର ଦିନରେ ଶ୍ରୀରାଧାରାଣୀଙ୍କ ଓଡ଼ିଆଣୀ ବେଶ ଦେଖିବାକୁ ପୁରୀ ଜିଲ୍ଲା ସାକ୍ଷୀଗୋପାଳସ୍ଥିତ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଜନସମାଗମ ହୋଇଛି । ଆଜି ଶ୍ରୀରାଧାଙ୍କର ପବିତ୍ର ପାଦ ଦର୍ଶନ କରିବେ ଭକ୍ତମାନେ ।

କେବଳ ଆଜିର ଏହି ପବିତ୍ର ଅଁଳା ନବମୀରେ ହିଁ ଶ୍ରୀରାଧାରାଣୀଙ୍କ ପାଦପଦ୍ମକୁ ଜନସାଧାରଣ ଦର୍ଶନ କରି ପାରିଥାଆନ୍ତି । ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧାଦେବୀଙ୍କ ପାଦକୁ ଛୁଇଁବା ଉପରେ କଟକଣା ଜାରି ହୋଇଛି ।

ପବିତ୍ର ଅଁଳା ନବମୀ ଲାଗି ଗତକାଲି ମଧ୍ୟରାତ୍ରୀ ବାରଟା ସମୟରୁ ସାକ୍ଷୀଗୋପାଳ ମନ୍ଦିର ଫିଟାଯାଇ ମଙ୍ଗଳଆରତୀ ସହିତ ଅବକାଶନୀତି, ନଟବର ବେଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳବଲ୍ଲଭ, ସକାଳ ଧୂପ, ବାଳଧୂପ ଆଦି ପୂଜା ଅନୁଷ୍ଠିତ ହୋଇଯାଇଛି ।

ସାକ୍ଷୀଗୋପାଳ ମନ୍ଦିରରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ପୁରୀ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଅଁଳା ନବମୀ ଉତ୍ସବ କିପରି ଶୃଙ୍ଖଳାର ସହିତ ଅନୁଷ୍ଠିତ ହେବ ସେଥିଲାଗି ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି । ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ପୋଲିସ ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହିତ ଭିଡ଼କୁ ଦୃଷ୍ଟିରେ ରଖି ୧୭ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି ।

Leave A Reply

Your email address will not be published.