Latest Odisha News

BREAKING NEWS

ଫୁଲବାଣୀ: ବିବାହ କଲେ ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀ

ଫୁଲବାଣୀ : ଏକଦା ସିପିଆଇ(ମାଓବାଦୀ)ର ଏକ ସକ୍ରୀୟ ସଦସ୍ୟ ଥିବା ଜ୍ୟୋତି ମାଡ଼କାମୀ ନାମକ ଜଣେ ମହିଳା ମାଓ କ୍ୟାଡର ସମାଜର ମୁଖ୍ୟସ୍ରୋତକୁ ଫେରି ଆସି ଶୁକ୍ରବାର ବିବାହ ବନ୍ଧନରେ ଆବନ୍ଧ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଫୁଲବାଣୀ ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ରୀତିନୀତି ଅନୁଯାୟୀ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ବାଲିଗୁଡ଼ା ଅନ୍ତର୍ଗତ ବାଟଗୁଡ଼ାର ରାହୁଲ ମଲ୍ଲିକଙ୍କୁ ସେ ବିବାହ କରି ଥିବାବେଳେ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ଅନ୍ୟପକ୍ଷରେ କନ୍ଧମାଳ ଏସ୍ପି ପ୍ରତୀକ ସିଂଙ୍କ ସମେତ ଅନ୍ୟ ପୁଲିସ୍ ଅଧିକାରୀ ବିବାହ ଉତ୍ସବରେ ଉପସ୍ଥିତ ରହି ନବଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ ।

ଆହୁରି ମଧ୍ୟ ଜ୍ୟୋତି ଛତିଶଗଡ଼ର ବିଜାପୁର ଅଞ୍ଚଳରେ ପ୍ରାୟ ୧୪ ବର୍ଷ ଧରି ସକ୍ରିୟ ଥିଲେ। ପରବର୍ତ୍ତୀ ସମୟରେ ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ୨୦୧୫ ଅକ୍ଟୋବର ୯ ତାରିଖରେ ସେ ବୌଦ୍ଧ ପୋଲିସ୍ ନିକଟରେ ଆତ୍ମସମର୍ପଣ କରିଥିଲେ।

ତେବେ ନକ୍ସଲ ସଂଗଠନ ଛାଡିଥିବାରୁ ତାଙ୍କ ଜୀବନପ୍ରତି ବିପଦ ରହିଥିଲା ଏବଂ ସେବେଠୁ ଜ୍ୟୋତି ପୋଲିସ୍ ତତ୍ତ୍ୱାବଧାନରେ ରହି ଆସୁଛନ୍ତି। ଏଥିସହିତ “ଜ୍ୟୋତି ଜୀବନରେ ବହୁତ ସଂଘର୍ଷ କରିଛନ୍ତି ଏବଂ ତାଙ୍କୁ କିଛି ରୋଜଗାରର ପନ୍ଥା ଯୋଗାଇ ଦେବା ପାଇଁ ଆମର ପ୍ରଚେଷ୍ଟା ଜାରି ରହିଥିବାବେଳେ ତାଙ୍କର ଆଭାମୀ ଭବିଷ୍ୟତ ସୁଖମୟ ହେଉ” ବୋଲି କହିଛନ୍ତି ଏସପି ପ୍ରତୀକ ସିଂ ।

Leave A Reply

Your email address will not be published.