Latest Odisha News

BREAKING NEWS

ଭୁବନେଶ୍ୱର ଉପକଣ୍ଠରେ ଦୁଷ୍କର୍ମ ପରେ ନାବାଳିକାର ଝୁଲନ୍ତ ଶବ ଉଦ୍ଧାର

ଜଟଣୀ: ଜଟଣୀ ଥାନା ଅନ୍ତର୍ଗତ ଭୁବନେଶ୍ୱର ଉପକଣ୍ଠରେ ଜଣେ ନାବାଳିକାର ମୃତଦେହ ଝୁଲନ୍ତ ଅବସ୍ଥାରେ ପୋଲିସ ଜବତ କରିଛି ।

ମୃତା ନାବାଳିକାର ମାଆ ଯିଏକି ଅଙ୍ଗନାୱାଡ଼ି କେନ୍ଦ୍ରରେ କାର୍ଯ୍ୟ କରନ୍ତି ସେ ସୋମବାର ଅପରାହ୍ନରେ ଘରେ ପହଞ୍ଚି ପ୍ରଥମେ ନିଜ ଝିଅକୁ ଘରେ ଝୁଲୁଥିବା ଅବସ୍ଥାରେ ଦେଖିଥିଲେ ।

ମହିଳା ଜଣକ ଥାନାରେ ଦେଇଥିବା ଲିଖିତ ଅଭିଯୋଗରେ ଉଲ୍ଲେଖ କରିଛନ୍ତି, ତାଙ୍କ ଝିଅ ଜଟଣୀର ଏକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରନ୍ତି । ସୋମବାର ଦିନ ସେ ସ୍କୁଲକୁ ପଢିବାକୁ ନ’ଯାଇ ଘରେ ଏକୁଟିଆ ରହିଥିଲା । ଏହାର ସୁଯୋଗ ନେଇ ପଡ଼ିଶା ଘରେ ଭଡ଼ାରେ ରହୁଥିବା ଜଣେ ଯୁବକ ଘରେ ପଶି ତାଙ୍କ ଝିଅକୁ ଦୁଷ୍କର୍ମ କରିଛି । “ମୁଁ ଘରକୁ ପଶିବା ବେଳେ ସେହି ଯୁବକ ଜଣକ ଘର ଭିତରୁ ତରତର ହୋଇ ଆସୁଥିବାର ଦେଖିଛି, ମନରେ ସନ୍ଦେହ ସୃଷ୍ଟି ହେବାରୁ ମୁଁ ଘରେ ଯାଇ ଦେଖେ ତ ମୋ ଝିଅ ଛାତରେ ଝୁଲନ୍ତା ଅବସ୍ଥାରେ ରହିଛି,” ବୋଲି ମହିଳା ଜଣକ ଅଭିଯୋଗ କରି କହିଛନ୍ତି ।

ଏହି ଅଭିଯୋଗ ପାଇ ପୋଲିସ ତଦନ୍ତ ଆରମ୍ଭ କରିବା ସହିତ ଫେରାର ଅଭିଯୁକ୍ତକୁ ଧରିବା ଲାଗି ଛାନଭିନ୍ନ ଜାରି ରଖିଛି ।

Leave A Reply

Your email address will not be published.