Latest Odisha News

BREAKING NEWS

ଅଟା, ଚାଉଳ ଓ ଡାଲି… ପ୍ୟାକେଟ୍ କିଣିଲେ ଦେବାକୁ ପଡ଼ିବ GST

ନୂଆଦିଲ୍ଲୀ: ଅଟା, ଚାଉଳ ଓ ଡାଲି… ପ୍ରତିଦିନ ଘରେ ବ୍ୟବହାର ହେଉଥିବା ଏହି ଖାଦ୍ୟ ସାମଗ୍ରୀ ଆଜିଠୁ ଆହୁରି ମହଙ୍ଗା ହୋଇଛି । ପୂର୍ବରୁ ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ଯୋଗୁ ଘରର ବଜେଟ୍ ବିଗିଡ଼ି ଯାଇଥିବା ବେଳେ ଏବେ ବୋଝ ଆହୁରି ବଢ଼ିଛି । ସରକାର ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ ଜିଏସଟି (GST) ବଢ଼ାଇ ଦେଇଛନ୍ତି । ଦହି, ଲସି, ଚାଉଳ, ପନିର, ଅଟା ସହ ଅନ୍ୟ ଘରୋଇ ସାମଗ୍ରୀର ପ୍ୟାକେଟ ଦର ଆଜିଠୁ ବଢ଼ିବ ।

ତେବେ ଆପଣ ଯଦି ୧ କେଜିର ପ୍ୟାକେଟ କିଣିବେ ତ ଅଧିକ ଜିଏସଟି ଦେବେ । ସେହିଭଳି ୨୫ କେଜିରୁ ଅଧିକ ଓଜନର ପ୍ୟାକେଟ ଉପରେ ଟିକିଏ ଆଶ୍ୱସ୍ତି ମିଳିବ । CBDT ଅନୁସାରେ ଚାଉଳ, ଡାଲି, ଅଟା ଭଳି ଖାଦ୍ୟ ପଦାର୍ଥର ୨୫ କେଜି ପ୍ୟାକେଟ୍ ଉପରେ ଜିଏସଟି ଲାଗିବ । ତେବେ ୨୫ କେଜିରୁ ଅଧିକ ଓଜନର ପ୍ୟାକେଟ୍ ଉପରେ ଜିଏସଟି ଦେବାକୁ ପଡ଼ିବ ନାହିଁ ।

ଯଦି ଆପଣ ୫ କେଜି ଲେଖାଏ ପ୍ୟାକେଟକୁ ମିଶାଇ ୨୫ କେଜିରୁ ଅଧିକ ଖାଦ୍ୟ ପଦାର୍ଥ ନେବେ ତ ଆପଣଙ୍କୁ ୫ ପ୍ରତିଶତ GST ଦେବାକୁ ପଡ଼ିବ । ଯଦି ଆପଣ ଗୋଟିଏ ୨୫ କେଜିର ପ୍ୟାକେଟ୍ କିଣିବ ତ ଜିଏସଟି ଛାଡ଼ ହେବ । ତେବେ ଯଦି କୌଣସି ଦୋକାନୀ ୨୫ କେଜିରୁ ଅଧିକ ପ୍ୟାକେଟର ସାମଗ୍ରୀ କିଣି ତାକୁ ଖୁଚୁରା ଆକାରରେ ବିକ୍ରି କରନ୍ତି ତ ସେ କ୍ଷେତ୍ରରେ ଗ୍ରାହକଙ୍କୁ ଜିଏସଟି ଦେବାକୁ ପଡ଼ିବ ନାହିଁ ।

ଯଦି ଆପଣ ବଜାରରୁ ୧୦ କେଜିର ଅଟା ପ୍ୟାକେଟ୍ କିଣିବେ ତ ଆପଣଙ୍କୁ ନିର୍ଦ୍ଧାରିତ ମୂଲ୍ୟ ସହ ଆଉ ୫ ପ୍ରତିଶତ ଜିଏସଟି ଦେବାକୁ ପଡ଼ିବ । ସେହିଭଳି ପୂର୍ବରୁ ପ୍ୟାକେଜିଂ ହୋଇ ଆସିଥିବା କ୍ଷୀର, ଦହି, ଲସି, ପନିରର ମୂଲ୍ୟ ବଢ଼ିଯିବ । ଏସବୁ ସାମଗ୍ରୀ ଉପରେ ସରକାର ୫ ପ୍ରତିଶତ ଜିଏସଟି ନେବେ । ଦେଶରେ ଦରଦାମ ଆକାଶ ଛୁଆଁ ଥିବାବେଳେ ଜିଏସଟି କାଉନସିଲର ଏଭଳି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.