Latest Odisha News

BREAKING NEWS

ଶ୍ରୀ ଜଗନ୍ନାଥଙ୍କୁ ଭକ୍ତିପୁତ ସଙ୍ଗୀତର କାର୍ଯ୍ୟକ୍ରମ ‘ଗୁହାରି ୨୦୨୪ ଉଦଯାପିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି ୨୦୨୪’ ଉଦଯାପିତ ହୋଇଯାଇଛି । ଏହି ଉତ୍ସବକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍‍ଘାଟନ କରିଥିଲେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରସନ୍ନ ସ୍ୱାଇଁ, ଓଡ଼ିଆ ଅଧ୍ୟୟନ ଉତ୍କର୍ଷ କେନ୍ଦ୍ରର ପ୍ରକଳ୍ପ ନିର୍ଦ୍ଦେଶକ ବସନ୍ତ ପଣ୍ଡା, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ପ୍ରବୋଧ ରଥ; ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଗୁରୁ ସିକତା ଦାସ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର ।

ଉଦ୍‍ଯାପନୀ ସନ୍ଧ୍ୟାର ପ୍ରଥମ କଣ୍ଠଶିଳ୍ପୀ ଥିଲେ ଗୀତା ପଟ୍ଟନାୟକ, ବିଶ୍ୱମ୍ବରଙ୍କ ରଚନାରୁ ଦୁଃଖ ନାସନ ଗରୁଡ଼ାସନ ଓ କାନ୍ତ କବି ଲକ୍ଷ୍ମୀକାନ୍ତଙ୍କ ରଚିତ ସବୁଥିରୁ ବଞ୍ଚିତ କରିପରିବେଷଣ କରିଥିଲେ। ପରେ ପରେ ସ୍ୱାଗତ ମହାପାତ୍ର ବନମାଲୀଙ୍କ ରଚିତ ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ ଓ ମଣିମା ହେ ଏତିକି ମାଗୁଣୀ ମୋର ଗାୟନ କରିଥିଲେ । ପରବର୍ତ୍ତୀ ଗାୟିକା ଥିଲେ ଅମ୍ରିତା ନାୟକ, ସେ ପରିବେଷଣ କରିଥିଲେ ଥକାମନ ଚାଲ ଯିବା ଓ ଶ୍ରୀକୃଷ୍ଣ ବଂଶୀ ଧ୍ୱନୀ ଶୁଣି । ପରବର୍ତ୍ତୀ କଣ୍ଠଶିଳ୍ପୀ ଥିଲେ ସୁଶାନ୍ତ କୁମାର ପାଣି, ସେ ଦୀନକୃଷ୍ଣଙ୍କ ରଚିତ ଜୟ ଜଗବନ୍ଧୁ ହେ ଯଦୁମଣି ଓ ଆହେ ନିଳାଦ୍ରୀ ବିହାରୀ ଗାୟନ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ପରେ ପରେ ଗୀତାମଞ୍ଜରୀ ବେହେରା ଗାୟନ କରିଥିଲେ ରାସେ ହରିମିହ ବିହିତ ବିଳାସମ୍‍ ଓ ମହାବାହୁ ହେ ଏହି କଥାରେ ମୋ ମନ । ତାଙ୍କ ପରେ ତନ୍ମୟ କୁମାର ହୋତା ଜଗବନ୍ଧୁ ପରି ଜଣେ ସାମନ୍ତ ଓ କର ନିଷ୍କାମ ଭକ୍ତି ସ୍‍ବଚିତ୍ତେ ହୋ ଗାୟନ କରିଥିଲେ । ପରବର୍ତ୍ତୀ ଗାୟିକା ଥିଲେ ଭାରତୀ ଜେନା, ସେ ବନମାଳୀଙ୍କ ରଚିତ ଦୁଃଖ ନାସନ ହେ, ସୁଖ ନପାଇଲି ଦିନେ ଓ ତୁମ ପରି ମୋତେ କାଠ କରିଦିଅ ପରିବେଷଣ କରିଥିଲେ । ପରେ ପରେ ଅର୍ପିତା ଚୌଧୁରୀ ଉପେନ୍ଦ୍ର ଭଞ୍ଜଙ୍କ ରଚିତ ମାନ ଉଦ୍ଧାରଣ ଓ ବନମାଳୀଙ୍କ ଦ୍ୱାରା ରଚିତ ଜଗନ୍ନାଥ ହୋ କିଛି ମାଗୁନାହିଁ ତୋତେ ଗାୟନ କରିଥିଲେ । ଶେଷରେ ଗଗନବିହାରୀ ସ୍ୱାଇଁ କହ କହ ପ୍ରଭୁ କେଉଁ ପରି ତୁମେ ଓ ମନ ମନ୍ଦିର ମୋ ମୁକୁଳା ରଖିଛି ।

ବିଶ୍ଵଜିତ ବଳିଆରସିଙ୍ଗ  ଉଦ୍‍ଯାପନୀ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।

 

Comments are closed.