Latest Odisha News

BREAKING NEWS

ନୟାଗଡ ହାତୀ ମୃତ୍ୟୁ ଘଟଣା: ନିଲମ୍ବିତ ହେଲେ ୨ ବନ କର୍ମଚାରୀ

ନୟାଗଡ : ବନଖଣ୍ଡ ଅଧିକାରୀ (ଡିଏଫଓ) ଶୁକ୍ରବାର ଦିନ କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ନୟାଗଡ ଜିଲ୍ଲା ପଞ୍ଚରିଡା ରେଞ୍ଜରେ ମୁତୟନ ହୋଇଥିବା ୨ ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ।

ନିଲମ୍ବିତଙ୍କ ମଧ୍ୟରେ ଫରେଷ୍ଟର କୈଳାଶ ପ୍ରଧାନ ଓ ଫରେଷ୍ଟ ଗାର୍ଡ ବିଶ୍ୱଜିତ ସାମନ୍ତରା ରହିଛନ୍ତି ।

ଉଲ୍ଲେଖନୀୟ ଯେ, ପଞ୍ଚରିଡା ବନଖଣ୍ଡସ୍ଥିତ ଏକ ଜଙ୍ଗଲରେ ମଙ୍ଗଳବାର ଦିନ ଗୋଟିଏ ୮ ବର୍ଷୀୟ ହାତୀ ଛୁଆର ମୃତଦେହ ଉଦ୍ଧାର କରାଯାଇଥିଲା । ଅପରପକ୍ଷରେ କେହି ଶିକାରୀ ଉକ୍ତ ହାତୀର ଦାନ୍ତ କାଟି ନେଇଯାଇଥିବା ଅଭିଯୋଗ ହୋଇଥିଲା ।

ତେବେ ହାତୀ ମୃତ୍ୟୁର ସଠିକ୍ କାରଣ ଏଯାବତ୍ ଜଣାପଡିନାହିଁ ।

Leave A Reply

Your email address will not be published.